ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବରଙ୍କୁ ମାରଣାନ୍ତକ ଆକ୍ରମଣ

0
52
ବିଜେପି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୩/୨) : ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ହିଂସା ସେତିକି ଵଢିଵାରେ ଲାଗିଛି । କେତେବେଳେ ଦୁଇ ଦଳ ମଧ୍ୟରେ ତ କେତେବେଳେ ଗୋଟିଏ ଦଳ ମଧ୍ୟରେ, ବୋଧହୁଏ ଏହାକୁ କହନ୍ତି ରାଜନୀତି ।WhatsApp Image 2024 02 03 at 15.58.54 ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବରଙ୍କୁ ମାରଣାନ୍ତକ ଆକ୍ରମଣ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ, ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବରଙ୍କୁ ରାୟଗଡ଼ା ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢ଼ୀ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପ୍ରତିବାଦରେ ଆଜି ଶବର ସାଂସ୍କୃତିକ ସଂଘର ଆହ୍ଵାନ କ୍ରମେ ଏକ ଆଦିବାସୀ ଶୋଭାଯାତ୍ରା ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଗୁଣପୁର ଶବର ସାଂସ୍କୃତିକ ସଂଘର ସଭାପତି ଚକ୍ରପାଣି ଶବର, ବଳରାମ ଶବର ,ଵିଏସପି ସଭାପତି ଜିତୁ ଜାକାସିକା, ବିଜେଡି ନେତା ଅଶ୍ଵିନୀ ଗମାଙ୍ଗ, ପୁଟାସିଙ୍ଗ ସରପଞ୍ଚ ଏସିଅ ଶଵର ଙ୍କ ନେତୃତ୍ବରେ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇ ବିଭିନ୍ନ ପ୍ଲାଗକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ଖମାପଦରରୁ ବାହାରି ପଦ୍ମପୁର ଥାନାରେ ପହଞ୍ଚିଥିଲେ ।

ବିଦ୍ୟାଧର ଶବର ପଦ୍ମପୁର ଥାନାରେ ଦୀର୍ଘ ୨୦ ଦିନ ହେଲା ଏତଲା ଦାଏର କରିଥିଲେ ମଧ୍ୟ ଆକ୍ରମଣକାରୀଙ୍କୁ ପୋଲିସ କାହିଁକି ଗିରଫ କରିନାହିଁ ବୋଲି ଆଦିବାସୀ ନେତାମାନେ ଥାନା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । କାଲି ସୁଦ୍ଧା ଆକ୍ରମଣକାରୀଙ୍କୁ ଗିରଫ ନକଲେ ଆନ୍ଦୋଳନକୁ ତିବ୍ର କରିବା ସହ ଆଦିବାସୀ ସଂଘ ତରଫରୁ ଏସ୍ ପି ଅଫିସ ଆଗରେ ଧାରଣା ଦିଆଯିବ ବୋଲି ପୋଲିସକୁ ଚେତାବନୀ ଦେଇଥିଲେ ‌।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ରାତ୍ର ୯ ଘଣ୍ଟା ସମୟରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ସ୍ଥିତ ରାମ ମନ୍ଦିରକୁ ବିଦ୍ୟାଧର ଶବର କାମ କରିବାକୁ ଯାଇଥିବା ସମୟରେ ସେଠାରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢ଼ୀ ଓ ମଣ୍ଡଳ ସଭାପତି କୈଳାସ ସାହୁ, ବିଦ୍ୟାଧରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଏ ସଂକ୍ରାନ୍ତରେ ପଦ୍ମପୁର ଥାନାରେ ଏତଲା ଦିଆଯାଇଛି ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ଫଳରେ ଗୁଣପୁର ନିର୍ବାଚନ ମଣ୍ଡଳୀ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ‌ ।