ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକୋତ୍ସବ

0
25
ସରକାରୀ ପଞ୍ଚାୟତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୩/୨) : ଢେଙ୍କାନାଳ ସଦର ବ୍ଳକ୍ ଉପକଣ୍ଠ ଗେଙ୍ଗୁଟିଆ ଗ୍ରାମର ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ସଦର ଗୋଷ୍ଠୀ ଶିକ୍ଷା ଅଧୁକାରୀ ବ୍ରହ୍ମାନନ୍ଦ ରାଉତ, ମୁଖ୍ୟବକ୍ତା ଭାବେ ୟୁଏଏଲ୍ ଜେନେରାଲ ମ୍ୟାନେଜର କ୍ଷୀରୋଦ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ କୈଳାସ ଚନ୍ଦ୍ର ଦେହୁରୀ, ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ମୋ ସ୍କୁଲ୍ ଅଭିଯାନ ସଭାପତି ରମେଶ ଚନ୍ଦ୍ର ରାଉତ, ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତ‌ଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦୁର୍ଗାଚରଣ ମହାପାତ୍ର ପ୍ରମୁଖ ମଂଚାସୀନ ରହି ଛାତ୍ରଛାତ୍ରୀ ମାନଙ୍କୁ ସକାଳୁ ବାୟାମ କରିବା, ଧ୍ୟାନ କରିବା, ପ୍ରଥମେ ପିତାମାତାଙ୍କୁ ପ୍ରଣାମ କରିବା, ଗୁରୁଜନମାନଙ୍କ କଥା ମାନି ଆଶୀବାଦ ନେବା ଇତ୍ୟାଦି କରିବା ସହିତ ଛାତ୍ରଛାତ୍ରୀମାନେ ପାଠପଢି ଆଗକୁ ବଢି ନିଜକୁ ସମାଜରେ ଜଣେ ଆଦର୍ଶ ମଣିଷ ଭାବେ ଗଢିତୋଳିବା ପାଇଁ ଉପଦେଶ ଦେଇଥିଲେ ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶାଙ୍କ ଶେଖର ଦାଶ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ମଧୁମୟ କରିବା ପାଇଁ ମଂଚ ପରିଚାଳନା କରିଥିଲେ ପୁରାତନ ଛାତ୍ର ସଂସଦର ସକ୍ରିୟ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ। ବିଦ୍ୟାଳୟର କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟିତ୍ରୀ ଗିରିଶବାଳା ନାୟକ, ବିଜ୍ଞାନ ଶିକ୍ଷକ ବିଷ୍ଣୁ ପ୍ରକାଶ ସୁନା, ଇଂରାଜୀ ଶିକ୍ଷୟିତ୍ରୀ ଯସ୍ମିନ୍ ସେଠୀ, ସଂସ୍କୃତ ଶିକ୍ଷୟିତ୍ରୀ ସୁଚେତା ମିଶ୍ର ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଳା ଶିକ୍ଷକ ଲଗ୍ନଜିତ୍ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ମଂଚାସୀନ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।