ବାଲିଆ ଠାରେ ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ

0
46
ବାଲିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୪/୦୨) : ପୁରୁଷୋତ୍ତମପୁର, ବ୍ଲକ ବାଲିଆ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ନୁଆଁ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରାଜ ଲକ୍ଷ୍ମୀ ବେହେରା, ଓ ସମିତି ସଭ୍ୟା ଶ୍ରୀମତୀ ଶାରଳା ବେହେରା ଙ୍କ ସଂଯୋଜନା ରେ ଆରମ୍ଭ କରା ଯାଇଥିଲା ।WhatsApp Image 2024 02 04 at 08.31.19 ବାଲିଆ ଠାରେ ନୂଆଁ ଓ ଯୁବ ଓଡ଼ିଶା,ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ, ବିଡ଼ିଓ ମନୋଜ କୁମାର ନାୟକ, ଅତିରିକ୍ତ ବିଡ଼ିଓ ନିରାକାର ଜେନା,ଯୋଗ ଦେଇଥିଲା ବେଳେ, ସାମ୍ନାନୀତ ଅତିଥି ଭାବେ ବ୍ଲକ ନିର୍ବାହୀ ଯନ୍ତ୍ରୀ ସରୋଜକୁମାର ସାବତ, ବ୍ଲକ ଯେଇ ଦିଲ୍ଲୀପ କିଶାନ, ପିଇଓ ଜୟନ୍ତୀ ଶବର, ପ୍ରତାପୁର ସରପଞ୍ଚ ଦାଶ ବେଜେରା, ବ୍ଲକ ଯୁବ ବିଜେଡି ସଭାପତି ନୀଳମଣି ପଣ୍ଡା, କେ ଏନ ପୁର ପୂର୍ବତନ ସମିତି ସଭ୍ୟ ଏନ ବିଜୟ କୁମାରପ୍ରଧାନ, ସିମାଞ୍ଚଳ ନାହାକ ଯୋଗ ଦେଇ ଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଙ୍କ ଦ୍ୱାରା ପ୍ରତେକ ପଞ୍ଚାୟତ କୁ ରାଜ୍ୟ ସରକାର ଙ୍କ ଦ୍ୱାରା 50 ଲକ୍ଷ ଟଙ୍କାର ଆର୍ଥିକ ରାଶି କୁ କେଉଁ ଭଳି ଭାବେ ପଞ୍ଚାୟତ ର ଉର୍ନ୍ନତିରେ ଲାଗି ପାରିବ ଏବଂ ପଞ୍ଚାୟତ ର ବହୁବିଧ କାର୍ଯ୍ୟ ସାଧିତ ହୋଇ ପାରିବ, ଏହା ଉପରେ ଉପସ୍ଥିତ ଅତିଥି ମାନେ ଏହା ଉପରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇ ଥିଲେ । ପରେ ବହୁ ଶିଶୁ କଳାକାର ଙ୍କ ଦ୍ୱାରା ନୃତ୍ୟ ଗୀତ ଏବଂ ବହୁ ରଙ୍ଗା, ରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସମାଜ ସେବୀ, ଏନ ରାମଚନ୍ଦ୍ର ରେଡି ସଫଳ ତାର ସହିତ ସମ୍ପାଦନା କରିଥିଲା ବେଳେ ବହୁ ଗ୍ରାମ ବାସି ଏହି କାର୍ଯ୍ୟକ୍ରମକୁ ସହଯୋଗ କରି ଥିଲେ ।