ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

0
29
ସଡକ ଦୁର୍ଘଟଣାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୪/୦୨) : ଗୋଟିଏ ପରେ ଗୋଟିଏ ସିରିଜ୍ ଦୁର୍ଘଟଣା ଘଟି ଚାଲି ଲୋକଙ୍କ ଧନ ,ଜୀବନ ନଷ୍ଟ ହେବା ସାଧାରଣ ଘଟଣା ରେ ପରିଣତ ହୋଇ ସାରିଛି ।WhatsApp Image 2024 02 04 at 17.52.43 ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ସେହିପରି ଟିଟିଲାଗଡ ଥାନା ଅନ୍ତର୍ଗତ ବାନ୍ଧୂପଲା ଦେସିଲ ଗ୍ରାମ ମଧ୍ୟବର୍ତ୍ତୀ ଛକ ମୁଖ୍ୟ ସଡ଼କ ରେ ଟିଟିଲାଗଡ ରୁ ନିଜ ଗ୍ରାମ କାନିଝୁରି କୁ ଏକ ବାଇକ୍ ଯୋଗେ ଦିନ ପ୍ରାୟ ୩ ଟା ୩୦ ମିନିଟ ସମୟ ରେ ଦୁଇ ଜଣ ଯାଉଥିବା ବେଳେ ଏକ ରାସ୍ତା କଡ଼ରେ ଥିବା ଗଛ ରେ ଗାଡ଼ି ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସ ରେ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପହଞ୍ଚା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରି ଥିଲେ । ଦୁର୍ଘଟଣା ରେ ଧନଞ୍ଜୟ ବାଗ (ବ-୨୪) ନାମକ ବ୍ୟକ୍ତି ଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ତନୁ ବାଗ (ବ – ୨୬) ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ପ୍ରକାଶ ଯେ, ମୃତକ ଙ୍କ ଏକ ଛୋଟ ଝିଅ ଅଛି । ଏ ନେଇ ଟିଟିଲାଗଡ ଥାନା ଅଧିକାରୀ ଅବନୀ ସାହୁ ଙ୍କ ନିର୍ଦ୍ଦେଶ କ୍ରମେ ଏସ ଆଇ ହୀରା ଖାଲକୋ, ଏ ଏସ ଆଇ ଧନଞ୍ଜୟ ମାଝୀ ଏକ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । ଦୁର୍ଘଟଣା ଗ୍ରସ୍ତ ଗାଡ଼ି କୁ ଟିଟିଲାଗଡ ଥାନା ଅଣାଯାଇଥିବା ବେଳେ ସ୍ଥାନୀୟ ଡାକ୍ତରଖାନା ରେ ବିପୁଳ ଜନ,ସମାଗମ ସହ କାନ୍ଦ,ବୋବାଳି ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।