ଘରୋଇ ବସ ଦୁର୍ଘଟଣା ଗସ୍ତ, ୧୦ ଯାତ୍ରୀ ଆହତ

0
29
ଘରୋଇ ବସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୨) : ଭୁବନେଶ୍ୱରରୁ ସମ୍ବଲପୁରକୁ ଯାଉଥିବା ଶିଭମ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗସ୍ତ l ୧୦ ବସ ଯାତ୍ରୀ ଆହତ l

ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି l ୫୫ ନମ୍ବର ଜାତୀୟ ରାଜପଥ ଚାରିମାଲ ଥାନା ଅନ୍ତର୍ଗତ ନୂଆପଡା ଠାରେ ଦୁର୍ଘଟଣା l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଆଗ୍ନିଶମ ବିଭାଗ ପହଂଚି ଆହତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ରେ ଭର୍ତି କଲେ l ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି l ବସରେ ୫୦ ଜଣ ଯାତ୍ରୀ ଥିବାବେଳେ ୮ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି l