ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ

0
53
ଭାଷା, ସାହିତ୍ୟ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୬/୦୨) : କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କର୍ଯ୍ୟଳୟ ତରଫରୁ ରବିବାର ବ୍ଲକ୍ ସ୍ତରିୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ କାର୍ଯ୍ୟକ୍ରମ ରେ ୧୦ ଗୋଟି କ୍ଲଷ୍ଟର ରୁ ୧୦୦ ଜଣ ଛାତ୍ର ଛାତ୍ରୀ, ଯୋଗ ଦେଇ ବିଭିନ୍ନ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ । ବିଇଓ ହାଡିବନ୍ଧୁ ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଓଡ଼ିଆ ବିଭାଗ ପ୍ରଫେସର୍ ଶ୍ୟାମ ସୁନ୍ଦର ଡ଼ାଙ୍ଗୁଆ ଯୋଗ ଦେଇ ବିଶ୍ୱ ଭାଷା ସାହିତ୍ୟ ସମ୍ମିଳନୀ ଉପରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟ ରେ ଓଡ଼ିଆ ଅଧ୍ୟାପକ ଅବିନାଶ ମହାପାତ୍ର, ଧର୍ମେନ୍ଦ୍ର ଦିଗାଲ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଏବିଇଓ ସୀମାଦ୍ରି କହଁର ଏବଂ ଧନେଶ୍ଵର ଖୁଣ୍ଟିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିକ୍ଷକ ମହମ୍ମଦ କେଶରୀ ପ୍ରଧାନ ଓ ବାଲ୍ମୀକି ଦେହୁରୀ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ ।