ପୁରାତନ ବନ୍ଧୁମିଳନ କାର୍ଯ୍ୟକ୍ରମ

0
39
ପୁରାତନ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୬/୦୨) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ରାମମୁଣ୍ଡା ଠାରେ ପୁରାତନ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୧୫ ଜଣରୁ ଉର୍ଦ୍ଧ ଜଣ ଯୋଗଦେଇ ପୁରୁଣା ଦିନର ସ୍ମୃତି ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଏକଜୁଟ ହୋଇ ସମାଜରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବା ପାଇଁ ସମସ୍ତେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରବୀଣ ଦାସ, ସଂଜୀବ ପ୍ରଧାନ, ଶାନ୍ତନୁ ବେହେରା, ଅରୂପ ପ୍ରଧାନ, ଶୁଭରଞ୍ଜନ ସାହାଣି, ବିଧୁଦତ୍ତ ବେହେରା, ସିଦ୍ଧାର୍ଥ ପତି, ଦିପୁନ ଓ ପଣ୍ଡା, ସନ୍ତୋଷ ପାତ୍ର ସକ୍ରିୟ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଆଦିତ୍ୟ ପ୍ରସାଦ ପାଢି ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।