ରାସ୍ତା ଉପରେ ସ୍ତ୍ରୀଙ୍କୁ ଛୁରୀ ମାରି ସ୍ୱାମୀ ଫେରାର

0
40
ରାସ୍ତା ଉପରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୦୫/୦୨) : ରାସ୍ତା ଉପରେ ସ୍ୱାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର । ଘଟଣାଟି ଘଟିଛି ରାୟଗଡ଼ା ସହର ନଦି ସାହିରେ ।

ଛୁରା ମାଡ଼ରେ ଆହତ ମହିଳାଙ୍କ ନାଁ ବାସନ୍ତୀ ବେହେରା । ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ପ୍ରଦୀପ ବେହେରା । କୌଣସି କଥାକୁ ନେଇ ପ୍ରଦୀପ ଓ ବାସନ୍ତୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଘର ଭିତରେ ଝଗଡ଼ା ଚାଲିଥିବା ବେଳେ କିଛି ସମୟ ପରେ ସେମାନେ ବାହାରକୁ ଆସିଥିଲେ। ରାସ୍ତା ଉପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଉତ୍‌କ୍ଷିପ୍ତ ପ୍ରଦୀପ ଏକ ଛୁରୀରେ ବାସନ୍ତୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ବାସନ୍ତୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ରାୟଗଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ପେଟ ଓ ଦୁଇ ହାତରେ ଆଘାତ ଲାଗିଛି । ପୁଲିସ୍ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ସୂଚନା ସଂଗ୍ରହ କରିବା ସହିତ ଘଟଣାର ତଦନ୍ତ କରୁଛି । ତେବେ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ ।