ପୁରୁଷୋତ୍ତମପୁର ଡ଼ାକ ଅଫିସରେ ଚାଲୁଥିବା ଆଧାର କାର୍ଡ ସଂଶୋଧନ କାର୍ଯ୍ୟକ୍ରମ ୨ ମାସ ହେଲା ବନ୍ଦ

0
30
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୭/୦୨) : ଲୋକମାନଙ୍କୁ ଅତି କମ ସମୟରେ ଓ ଅଳ୍ପ ମୂଲ୍ୟରେ ନୂତନ ଆଧାର କାର୍ଡ ସଂଯୋଗୀ କରଣ, କିଛି ତ୍ରୁଟି ସଂଶୋଧନ, ଏବଂ ଆଧାର କାର୍ଡ ର ପ୍ରଦାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁ କୁଲ୍ୟରେରେ ପୋଷ୍ଟଅଫିସରେ ଆଧାର କାର୍ଡ ନୂତନ, ଓ ସଂଶୋଧନ କାର୍ଯ୍ୟକ୍ରମ ହୋଇ ଆସୁଥିଲା ।WhatsApp Image 2024 02 06 at 18.05.48 ପୁରୁଷୋତ୍ତମପୁର ଡ଼ାକ ଅଫିସରେ ଚାଲୁଥିବା ଆଧାର କାର୍ଡ ସଂଶୋଧନ କାର୍ଯ୍ୟକ୍ରମ ୨ ମାସ ହେଲା ବନ୍ଦ

ଏହା ମଧ୍ୟ ପୁରୁଷୋତ୍ତମପୁର ଏନଏସିରେ ଥିବା ମୁଖ୍ୟ ଡ଼ାକ ଘର ଅଫିସି ପରିସରରେ ଏହା ଜଣେ ଅଭିଜ୍ଞ କମ୍ପୁଟର ଅପରେଟରଙ୍କ ଦ୍ୱାରା ସପ୍ତାହକୁ ଗୋଟିଏ ଦିନ ମଙ୍ଗଳ ବାରରେ ଚାଲି ଆସୁଥିଲା । ସହର ଓ ଗ୍ରାମାଞ୍ଚଳ ରେ କରୁଥିବା କିଛି ଘରୋଇ ବ୍ୟକ୍ତିଙ୍କ ଠାରୁ ଏହା ଅତିଶୀଘ୍ର ଓ ମାତ୍ର ଏକସହ ଟଙ୍କାରେ ସେବା ମିଳି ପାରୁଥିଲା । ଯାହାକି ଷ୍ଟେଟ ବ୍ୟାଙ୍କ ଠାରେ ଏହି କାମ କୁ ୨୦୦ ସହ ଟଙ୍କା ନେଉଥିଲା ବେଳେ ଏହା ମାତ୍ର ତାର ଅଧା ଟଙ୍କାରେ ହୋଇ ଯାଉଥିଲା । ଯାହାକି ସପ୍ତାହକୁ ଗୋଟିଏ ଦିନ ହେଲେ ମଧ୍ୟ ପ୍ରବଳ ଗହଳି ରେ ମଧ୍ୟ କାର୍ଯ୍ୟ ସରି ଯାଉଥିଲା । ତେବେ ଦୁଃଖ ଓ ପରିତାପର ବିଷୟ ଏହିକି ଦୀର୍ଘ ଦୁଈ ମାସ ରୁ ଅଧିକ ସମୟ ହେଲା ମିସିନ ଖରାପ ଯୋଗୁଁ ତାହା ବନ୍ଦ ହୋଇ ରହିଛି ।

ଏବଂ ଲୋକ ମାନେ ବହୁତ ହଇରାଣ ହେଉଥିବା ର ଖବର ଆମ ପାଖରେ ପହଞ୍ଚି ବାରୁ ଆମେ ଡ଼ାକ ବିଭାଗ ର ପୋଷ୍ଟ ମାଷ୍ଟର ସୁକାନ୍ତ ପଟନାୟକ ଙ୍କୁ ଏହି ବନ୍ଦ ବିଷୟ ଉପରେ ପଚାରିଥିଲୁ, ତାଙ୍କର ମତ ହେଲା ସେହି ମିସିନ କୁ ଆମେ ଏଠାରେ ରିପେରିଙ୍ଗ କଲୁ କିନ୍ତୁ ତାହା ଫଳପ୍ରଦ ନ ହେବାରୁ ତାକୁ ବ୍ରହ୍ମପୁର ମୁଖ୍ୟ ଡ଼ାକ ଅଫିସ କୁ ପଠାଇ ଦେଇଛୁ ସେଠାରୁ ତିଆରି କିମ୍ବା ନୂତନ ମିସିନ ଆସିଲେ ପୁଣି ପୁର୍ବ ଭଳି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

ତେବେ ବନ୍ଦ ବିଷୟରେ ଯଦି ସେଠାରେ ଲେଖି ବୋର୍ଡ ମାରିଥାନ୍ତେ ତେବେ ଏଠାକୁ ଆସୁଥିବା ଜନସାଧାରଣ ବହୁତ ସମୟ ଅପେକ୍ଷା କରି କିଛି ଲୋକଙ୍କୁ ପଚାରିଲା ପରେ ମନ ଦୁଃଖ ରେ ଘର କୁ ଫେରୁଥାନ୍ତି । ପୂର୍ବରୁ ଲେଖି ଥିଲେ ତାହା ହୋଇ ନଥାନ୍ତା । ତେଣୁ ବ୍ରହ୍ମପୁର ମୁଖ୍ୟ ଡ଼ାକ ବିଭାଗ ଅଧିକାରୀ ଜେନେରାଲ ମେନେଜର ଏହାପ୍ରତି ତୁରନ୍ତ ଗୁରୁତ୍ୱ ଦେଇ ନୂତନ କିମ୍ବା ପୁରୁଣା କାର୍ଯ୍ୟକ୍ଷମ ଯନ୍ତ୍ର ପ୍ରଦାନ କଲେ ଏବଂ ସପ୍ତାହକୁ ଅନ୍ତତଃ ଦୁଈ ଦିନ କରିଲେ ଲୋକମାନେ ତୁରନ୍ତ ପୁର୍ବ ଭଳି ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ।