ନ୍ୟାୟ ପାଇଁ ପରିବାର ସହ ରଶ୍ମିତା ଏସ୍‌ପିଙ୍କ ଦ୍ବାରସ୍ଥ

0
44
ନ୍ୟାୟ ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୫/୦୨) : ଓଡାପଡା ବ୍ଲକ୍ ଅନ୍ତର୍ଗତ କାଶିଆଡିହି ଗ୍ରାମର ରଶ୍ମିତା ଦାସ ନାମକ ଜଣେ ବିବାହିତା ମହିଳା ଶ୍ୱଶୁର ଘର ଶାରୀରିକ, ମାନସିକ ଓ ଯୌତୁ ନିର୍ଯ୍ୟାତନା ଦେଇ ମାଡପିଟ୍ କରିଥିବା ଘଟଣାକୁ ନେଇ ଢେଙ୍କାନାଳ ଆରକ୍ଷୀ ଅଧକ୍ଷକ ମଡକର ସନ୍ଦୀପ ସମ୍ପଦଙ୍କ ନିକଟକୁ ନ୍ୟାୟ ପାଇଁ ପରିବାର ସହିତ ଏକ ଲିଖିତ ଅଭିଯୋଗ କରି ହାଜର ହୋଇଛନ୍ତି ।

ପ୍ରକାଶ ଯେ, ରଶ୍ମିତା ସଦର ଥାନା ଅନ୍ତର୍ଗତ ସିମିନଈ ଗ୍ରାମର ରଘୁନାଥ ଦାସ, ପିତା- ପ୍ରଶାନ୍ତ କୁମାର ଦାସଙ୍କୁ ବିବାହ କରିଥିଲେ । ଗତ ତା.୧୧.୧୨.୨୦୨୩ ରିଖରେ ଶାଶୁ ଦୁଃଖୁନୀ ନାୟକ, ଦିଅର ଗୋପିନାଥ ନାୟକ, ସାନ ଜାଆ ରଞ୍ଜିତା ବେହେରା ଏମାନେ ସମସ୍ତେ ମିଶି ରଶ୍ମିତାଙ୍କୁ ମାଡପିଟ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ । ସେ ତାଙ୍କ ଠାରୁ ଜୀବନ ବଞ୍ଚାଇ ବାପ ଘରକୁ ପଳାଇ ଆସିଥିଲେ । ଏ ସଂପର୍କରେ ସଦର ଥାନା ଅଧିକାରୀଙ୍କୁ ଏକ ଏତଲା ଲେଖି ଆପତି କରିଥିଲେ ମଧ୍ୟ ଅଦ୍ୟାବଧୂ ବିଚାର କିମ୍ବା ପଦକ୍ଷେପ ନେଇ ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ।

ଦୁଃଖ ଓ ପରିତାପର ବିଷୟ ବିବାହ ସମୟରେ ଯୌତୁକ ବାବଦକୁ ପଲଙ୍କ, ଖଟ, ଆଲମିରା, ୱାସିଙ୍ଗ୍ ମେସିନ୍, ଗଡରେଜ୍, ଫ୍ରିଜ୍, ଡ୍ରେସିଙ୍ଗ୍ ଟେବୁଲ୍, ଆଲଣା, ସୁନା ଓ ରୂପା ଜିନିଷ, ହାର, ଚେନ୍, କାନଫୁଲ, ମୁଦି ୨ଟା ନେଇଥିଲେ । କିନ୍ତୁ ତାଙ୍କୁ ମାଡପିଟ୍ କରି ଘରୁ ତଡିଦେବା ପରେ ସେ କେଶ୍ କରି ପୋଲିସ୍ ସହାୟତାରେ ଯୌତୁକ ଜିନଷ କିଛି ଫେରି ପାଇଲେ, ବାକି ମୁଦି ଓ ୧୦ ହଜାର ଟଙ୍କା ବାକି ରହିଲା ।

ତତ୍‌କାଳୀନ ଥାନା ଅଧୂଜାରୀ ବିଶ୍ଵାଳ ବାବୁ କହିଲେ କି, ଆଉ ଦୁଇଦିନ ମଧ୍ୟରେ ତୁମର ଏହି ଜିନିଷ ନେଇଯିବ, କିନ୍ତୁ ଆଜି ପର୍ଯ୍ୟନ୍ତ ପାଇଲେ ନାହିଁ । କିଛି ଦିନ ପରେ ରଶ୍ମିତାଙ୍କୁ ଫୋନ୍ କରି (ମୋବାଇ ନଂ-୭୬୮୧୦୨୨୫୬୩) ଢଳାଇ ତାଙ୍କ ଠାରୁ ଦସ୍ତଖତ ନେଇ କହିଲେ କି, ତୁମ ଶାଶୁ ଘର ଲୋକଙ୍କୁ ଆରେଷ୍ଟ କରିବୁ । ପ୍ରକାଶ ଥାଉକି, ରଶ୍ମିତାଙ୍କ ସ୍ବାମୀ ରଘୁନାଥ ନାୟକ ଇତି ମଧ୍ୟରେ ଦ୍ଵିତୀୟ ବିବାହ କରିଥିବାବେଳେ ରଶ୍ମିତାଙ୍କ ୩ମାସର ଝିଅକୁ ଅଣଦେଖା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହାର ଉପଯୁକ୍ତ ନ୍ୟାୟ ପ୍ରଦାନ କରି ଶ୍ୱଶୁର ଘର ଲୋକଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୁକ୍ଷକଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି ।