ପୁରୁଷୋତ୍ତମପୁର ବ୍ଲକ ଅଧୀନରେ ଥିବା ଗାଙ୍ଗଦହଣି ଗ୍ରାମ ପୋଖରୀରେ ପାଣି ଶଙ୍କଟ

0
30
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୭/୦୨) : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଗାଙ୍ଗ ଦହଣି ଗ୍ରାମରେ ଥିବା ତେଲିବନ୍ଧ ର ଜଳସ୍ତର କମିବାରେ ଲାଗିଛି, ଏବଂ ପୋଖରୀଟି ଅପରିଷ୍କାର ହୋଇ ରହିଛି ,ଫଳରେ ଗାଙ୍ଗ ଦହଣି ଗ୍ରାମରେ ବର୍ତ୍ତମାନ ପାଣି ଶଙ୍କଟ ଆରମ୍ଭ ହୋଇଯାଇଛି ।WhatsApp Image 2024 02 06 at 18.05.49 ପୁରୁଷୋତ୍ତମପୁର ବ୍ଲକ ଅଧୀନରେ ଥିବା ଗାଙ୍ଗଦହଣି ଗ୍ରାମ ପୋଖରୀରେ ପାଣି ଶଙ୍କଟ

ଏହି ପୋଖରୀ ଉପରେ ଗ୍ରାମର ପ୍ରାୟ ଦୁଇଶହ ଘର ଵା ଆଠଶହ ଲୋକ ଏହି ପୋଖରୀର ପାଣି ଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟରେ ଲଗାଇ ଥାଆନ୍ତି । ଏହି ପୋଖରୀ ତାଙ୍କର ଜୀବନ ସହିତ ଜଡିତ ତେଣୁ ଆଗକୁ ଖରାଦିନ ଆସୁଥିବାରୁ ଆହୁରି ପାଣି ଶଙ୍କଟ ଲାଗିବାର ଅନୁମାନ କରି ଗ୍ରାମବାସୀ ମାନେ ଗାଧୋଇବା , ପିଇବା, ରୋଷେଇ କରିବା, ଏବଂ ଲୁଗା ସଫା କରିବାକୁ ପାଣିର ନିହାତି ଜରୁରୀକୁ ଆଖି ଆଗରେ ରଖି ସ୍ଥାନୀୟ ସରପଞ୍ଚ ଦୀନବନ୍ଧୁ ଦାସ ଙ୍କ ସହିତ ଗ୍ରାମର ପ୍ରାୟ ୬୦ (ଷାଠିଏ)ଜଣ ବ୍ୟକ୍ତି ପୁରୁଷୋତ୍ତମପୁର ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ମନୋଜ କୁମାର ନାୟକଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ । ସେମାନଙ୍କ ଅଭିଯୋଗ ଶୁଣି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ନାୟକ ଏହାର ସମାଧାନ କରିବାକୁ ବ୍ଲକ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ବିଡ଼ିଓ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେବା ଦେଖି ଖୁସି ରେ ଗ୍ରାମବାସୀ ବୃନ୍ଦ ଏବଂ ସରପଞ୍ଚ ନିଜ ଗ୍ରାମକୁ ଫେରିଥିଲେ ।