ସିପିଆଇ (ଏମ୍ଏଲ) ଲିବରେସନର ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ

0
48
ସିପିଆଇ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୬/୨) : ଆଜି ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ନିକଟ ହାଉସିଂ ବୋର୍ଡ କଲୋନୀରେ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସମ୍ମିଳନୀଟି ତ୍ରିପତି ଗମାଙ୍ଗଙ୍କ ସଭାପତିତ୍ବରେ ହୋଇଥିଲା । ସେ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଦେଶ ଆଜି ବିପଦରେ, କାରଣ ଗଣତନ୍ତ୍ର ଓ ସମ୍ବିଧାନ ବିପଦ ରେ ପଡିଛି । କେନ୍ଦ୍ରର ଶାସନ ବିଜେପି ଆଜି ଦେଶକୁ ଖଣ୍ଡ ଖଣ୍ଡ କରି ଦେବାକୁ ଷଡଯନ୍ତ୍ର କରିଛି ଏବଂ ଦେଶର ସମ୍ପଦ କୁ ବଡ ବଡ ପୁଞ୍ଜିପତି ମାନଙ୍କୁ ଟେକି ଦେଉଛି । ଦରବୃଦ୍ଧି ବେକାରି ବଢୁଛି । ଚାଷି ଆତ୍ମହତ୍ୟା କରୁଛି । ଲୁଟ ବଢୁଛି ଏଥିପାଇଁ ବି ଜେ ପି ଦାୟୀ । ଓଡିଶାର ନବୀନ ବାବୁଙ୍କ ବିଜେଡି ସରକାର ଲଗାତାର ୨୪ ବର୍ଷ ଶାସନ କରିଛନ୍ତି ହେଲେ ଦରବୃଦ୍ଧି କମୁନି କାହିଁକି ? ଜଙ୍ଗଲ ଜମି ଅଧିକାର ଆଦିବାସୀଙ୍କୁ ମିଳିଲା ନାହିଁ । ମଜୁରୀଆ କୁ ଉଚିତ୍ ମଜୁରୀ ସବୁ ଦିନ ମିଳୁନାହିଁ । ସବୁ କଥା ରେ ନବୀନ ବାବୁ ମୋଦୀଙ୍କୁ ସମର୍ଥନ କରି ଓଡିଶା ଲୋକଙ୍କ ପ୍ରତି ବିଶ୍ବାସ ଘାତକତା କରିଛନ୍ତି ।

ତେଣୁ ୨୦୨୪ ନିର୍ବାଚନ ରେ ବି ଜେ ପି କୁ କେନ୍ଦ୍ର କ୍ଷମତାରୁ ହଟାଇବାକୁ ପଡିବ ଏବଂ ନବୀନଙ୍କୁ ଉଚିତ୍ ଜବାବ ଦେବା ସହ ସି ପି ଆଇ (ଏମ ଏଲ) ଲିବରେସନ ପ୍ରାଥୀଙ୍କୁ (ତିନି ତାରା ପତାକା) ଚିହ୍ନ ରେ ଭୋଟ ଦେବା ପାଇଁ ରାଜ୍ୟ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଓ ରାଧାକାନ୍ତ ସେଠି କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନାସିମ ଶବର, ବୃନ୍ଦାବନ ବିଡିକା, ଲୋକନାଥ ନାଉରି , ସାଇମା ଶବର, ତୁଳସା ନିମାଲା, ରାଜେନ୍ଦ୍ର ମାଝୀ, ମୁନି ଶବର, ଶରତଚନ୍ଦ୍ର ତ୍ରିପାଠୀ, କ୍ରିଷ୍ଣା କାଡ୍ରାକା ରାମଚନ୍ଦ୍ର ପ୍ରାସ୍କା, ଯୋହନ କ୍ରେପୁଟିକା, କୈଲାସ ଶବର ଅନ୍ୟାନ୍ୟ ସାଥୀ ମାନେ ଉଦବୋଧନ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ ।