ପୁଅର ତଣ୍ଟିକୁ କାଟିଦେଲା ଜନ୍ମ କଲା ମାଁ

0
38
ପୁଅର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୯/୦୨) : ମାଁ ଶବ୍ଦ ର ଅନ୍ୟ ବିକଳ୍ପ ନାହିଁ । ଯେଉଁ ମାଁ ଦସ ମାସ ଦଶ ଦିନ ନିଜ ଗର୍ଭରେ ରଖି ଶିଶୁ କୁ ଜନ୍ମ କରିଥିଲା ସେ ଆଜି ପିଷାଚିନି ପାଲଟିଛି । ପୁଅର ତଣ୍ଟିକୁ କାଟିଦେଲା ଜନ୍ମ କଲା ମାଁ

ସେ ନିଜେ ତାର ଜନ୍ମିତ ଶିଶୁ ର ନିର୍ମମ ଭାବେ ହତ୍ୟା କରିଛି । ଏହା ବିଶ୍ୱାସ ନ ହେଲେ ବି ସତ, ନିଜ ଜନ୍ମ କଲା ୬ ମାସର ପୁଅକୁ ହାଣୀ ମାରି ଦେଇଛି ମାଁ । ଉକ୍ତ ପିସାଚିନି ମାଁ ଅନେକ ସମୟ ଧରି ମାରି ପକେଇ ଦେଇଥିଲା , ହେଲେ ର ସମ୍ପର୍କୀୟ ନାନି ତାଙ୍କୁ ତେଲ ଲଗେଇ ବା ଯେତେ ବେଳେ ଆସିଥିଲା ରକ୍ତ ଯୁଡୁ,ବୁଡୁ ଅବସ୍ଥାରେ ମୃତ ଶରୀର ଦେଖିଥିଲା ବୋଲି ପ୍ରକାଶ ପାଇଛି । ମାଁ ହୋଇ ଏଭଳି କାଣ୍ଡ ଭିଆଇ ଥିବା ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖଲିଆପାଲି ଗ୍ରାମରେ । ଏଇ ଘଟଣା ସାରା ଅଞ୍ଚଳ ରେ ଚହଳ ସୃଷ୍ଟି କରିଛି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ଛଅ ମାସର ଜନ୍ମିତ ପୁଅକୁ ନିର୍ମମ ଭାବେ ହତ୍ୟା କରିଛି ମାନସିକ ରୋଗାକ୍ରାନ୍ତ ମାଁ, ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମ୍ୟାଡ଼ିକାଲ କଲେଜ ଡାକ୍ତର ଖାନା ରେ ରକ୍ତ ଜୁଡୁ ବୁଡୁଅବସ୍ଥାରେ ପରିବାର ଲୋକେ ଆଣି ଥିଲେ ଓ ଡାକ୍ତର ମୃତ ଘୋଷଣା କରିଥିଲେ । ପିସାଚିନି ମାଆ ଶିଶୁ କୁ ତଣ୍ଟି କାଟି ହତ୍ୟା କରିଦେଇ ସେମିତି ପକେଇ ଦେଇ ଥିବା ବେଳେ ଶିଶୁ ର ଆଇ ସକାଳ ପ୍ରାୟ ୬ ଟା ରେ ତେଲ ଲଗେଇବା ପାଇଁ ପ୍ରତିଦିନ ଭଳି ଆସି ଶିଶୁ କୁ ଦେଖିଥିଲେ । ଏ ନେଇ ପୋଲିସ ଛାନ, ଭିନ ତଦନ୍ତ ଆରମ୍ଭ କରି ଥିବା ବେଳେ ପ୍ରକୃତ କାରଣ କଣ ସେ ନେଇ କିଛି ସ୍ପଷ୍ଟ ପୋଲିସ ପ୍ରକାଶ କରିନି ।