ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ”

0
38
ବୌଦ୍ଧ ଜିଲ୍ଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୦/୦୨) : ରାଜ୍ୟ ବିଜେପି ର ନିଷ୍ପତି ଅନୁଯାୟୀ ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆଜି ବୌଦ୍ଧ ଜିଲ୍ଲା ର ” ଗାଁ କୁ ଚାଲ ଅଭିଯାନ ” ର ଶୁଭାରମ୍ଭ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମାଳିସାହି ଶକ୍ତିକେନ୍ଦ୍ର ଠାରେ ଦିନ ୧୦.୨୭ ମିନିଟ ସମୟରେ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଘରକୁ ଘର ବୁଲି ଲୋକଙ୍କୁ ସାଙ୍ଗରେ ଧରି କରିଥିଲେ ।

ଆଜିଠାରୁ ଜିଲ୍ଲାର ସମସ୍ତ ୪୧୧ ବୁଥ, ୧୦ ଗୋଟି ମଣ୍ଡଳ, ୭୬ ଗୋଟି ଶକ୍ତିକେନ୍ଦ୍ର ସ୍ତରରେ ଓ ଜିଲ୍ଲା ର ସର୍ବମୋଟ ୧୧୮୨ ରାଜସ୍ବ ଗ୍ରାମ ଓ ୫୧ ଗୋଟି ପଡ଼ା କୁ ଆଜି ଠାରୁ (,୦୯.୦୨.୨୪ )ଠାରୁ ୧୧.୦୨.୨୪ ପର୍ଯ୍ୟନ୍ତ ବିଜେପି ମଣ୍ଡଳ ସ୍ତରରେ ତିନିଜଣ କାର୍ଯ୍ୟକର୍ତ୍ତା ଙ୍କ ସହିତ ଜିଲ୍ଲା ବିଜେପି ର ବରିଷ୍ଠ ୨୦ ଜଣ ନେତୃବୃନ୍ଦ ପ୍ରମୁଖ ଙ୍କୁ ଦାୟିତ୍ଵ ନିର୍ବାହ କରିବା ପାଇଁ ଦାୟିତ୍ଵ ବଣ୍ଟନ କରାଯାଇଅଛି ।

ଏହି ସମୟ ମଧ୍ୟରେ କାର୍ଯ୍ୟକର୍ତ୍ତା ମାନେ ଘରକୁ ଘର ବୁଲି ବିଭିନ୍ନ ବର୍ଗର ଲୋକ ମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଜି ଙ୍କ ବିଗତ ସାଢେ଼ ନ ବର୍ଷ ଧରି ଶାସନ କାଳରେ ହୋଇଥିବା ବିଭିନ୍ନ ଐତିହାସିକ କାର୍ଯ୍ୟ କ୍ରମ କୁ ବୁଝାଇବା ସହିତ ମୋଦୀ ଜି ଙ୍କ ଗ୍ୟାରେଣ୍ଟି କାଗଜ ପ୍ରଦାନ କରିବା ସହିତ କେନ୍ଦ୍ର ସରକାରଙ୍କ ଦ୍ଵାରା ହୋଇଥିବା ସମସ୍ତ ଯୋଜନା ଉପରେ ଆଧାରିତ ତଥ୍ୟ ପ୍ରଦାନ କରିବା ।

ଲୋକ ମାନଙ୍କର କଥା ସବୁ ଶୁଣିବା ସହିତ ମତାମତ ସଂଗ୍ରହ କରି ରାତ୍ରି ଯାପନ କରିବାପାଇଁ ସୂଚୀ ତିଆରି କରି ଦିଆ ଯାଇଛି। ଆଜିର ଏହି ଜିଲ୍ଲା ସ୍ତରୀୟ ଗାଁ କୁ ଚାଲ ଅଭିଯାନ ର ଶୁଭାରମ୍ଭ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ, ସାଧାରଣ ସଂପାଦକ ଶ୍ରୀ ତାପସ କୁମାର ପଟ୍ଟନାୟକ ,ଶ୍ରୀ ପ୍ରେମାନନ୍ଦ ମିଶ୍ର ଙ୍କ ସହିତ ବୁଥ ସ୍ତରୀୟ କମିଟି ସଦସ୍ୟ ସଦସ୍ୟ ସର୍ବଶ୍ରୀ କାର୍ତ୍ତିକେଶ୍ୱର୍ ପଣ୍ଡା, ଶ୍ରୀ ସଞ୍ଜୟ ପୁରୋହିତ ଙ୍କ ସହିତ ଅନ୍ୟ କର୍ମ କର୍ତ୍ତା ମାନେ ସାମିଲ ହୋଇ ଥିଲେ l