ଦିବ୍ୟାଙ୍ଗ ଛାତ୍ରୀ ନମିତା ବାଘ ଙ୍କୁ ଲାପଟପ ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

7
64
ଦିବ୍ୟାଙ୍ଗ ଛାତ୍ରୀ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୩୧/୦୧) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାଶ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ଅମୁଲ୍ୟମଣୀ ରାଣୀପୁର ର ଦିବ୍ୟାଙ୍ଗ ଛାତ୍ରୀ ଗତକାଲି ନମିତା ବାଘଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ କାର୍ଯ୍ୟାଳୟ କକ୍ଷ ରେ ଶିକ୍ଷା ସହାୟକ ଉପକରଣ ଲାପଟପ ପ୍ରଦାନ କରିଛନ୍ତି l

ଛାତ୍ରୀ ନମିତା ବାଘ ବର୍ତ୍ତମାନ ରେଭେନ୍ସା କଲେଜ ରେ ଯୁକ୍ତ ତିନି ରେ ଅଧ୍ୟୟନ ରତ l ଦିବ୍ୟାଙ୍ଗ ଙ୍କୁ ଉଚ୍ଚ ଶିକ୍ଷା ରେ ସହାୟକ ହେତୁ ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ଏହି ଲାପଟପ ପ୍ରଦାନ କରାଯାଇଥାଏ l ଜିଲ୍ଲପାଳ ଶ୍ରୀମତୀ ଦାଶଙ୍କ ଠାରୁ ଲାପଟପ ଗ୍ରହଣ କରି ନମିତା ପ୍ରଫୁଲ୍ଲିତ ଓ ଉତ୍ସାହିତ ହୋଇ ଆଗକୁ ଆହୁରି ପଢିବାକୁ ବାକି ଥିବା ବେଳେ ଏହା ପାଠ ପଢାରେ ବିଶେଷ ଉପଯୋଗୀ ହେବ ବୋଲି ପ୍ରକାଶ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି l ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ବିଭଗୀୟ କର୍ମଚାରୀ ପ୍ରମୁଖ ତଥା ଦିବ୍ୟାଙ୍ଗ ଛାତ୍ରୀଙ୍କ ବାପା ବୈରାଗୀ ବାଘ ଉପସ୍ଥିତ ଥିଲେ l

7 COMMENTS

Comments are closed.