କାମତା ପଞ୍ଚାୟତରେ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ

0
236
କାମତା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୯/୨) : ବୋରିଗୁମ୍ମା ବ୍ଲକ୍ କାମତା ପଞ୍ଚାୟତ କାର୍ଯ୍ୟାଳୟରେ ବିକଶିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାସ୍କର ଭଟ୍ଟ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକହିତକର ଯୋଜନା ଗୁଡ଼ିକ ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରିଥିବା ଜଣାପଡିଛି । ଅନ୍ୟ ମାନଙ୍କ ମଧ୍ୟରେ ବୋରିଗୁମ୍ମା ପଞ୍ଚାୟତ ସମିତିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରୀ, କାମତା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସମେତ ସରପଞ୍ଚ, ସମସ୍ତ ଆଶା ଓ ଅଙ୍ଗନବାଡ଼ି କର୍ମୀ, ଯୋଗାଣ ସହାୟକ, ଗ୍ରାମ ରୋଜଗାର ସେବକ,କୃଷି ଅଧିକାରୀ, ମୋ ସେବା କେନ୍ଦ୍ର ସଞ୍ଚାଳକ, ANM, ଅଙ୍ଗନବାଡ଼ି ସୁପରଭାଇଜର ତଥା କାମତା ଗ୍ରାମବାସୀ ଉପସ୍ଥିତ ରହି ବିକଶିତ ଭାରତ କାର୍ଯ୍ୟକ୍ରମକୁ ସଫଳ କରିଥିବା ଜଣା ପଡିଛି ।

ଜିଲ୍ଲା ପରିଷଦ ସଭ୍ୟ ଓ ସମିତି ସଭ୍ୟଙ୍କୁ ନିମନ୍ତ୍ରଣ ସତ୍ତ୍ଵେ ଅନୁପସ୍ଥିତ ଥିବା ତଥା ମାତ୍ର ୨/୩ ଜଣ ୱାଡ୍ ମେମ୍ବର ଉପସ୍ଥିତ ଥିବା ଜଣା ପଡ଼ିଛି । ସେହିପରି ବୋରିଗୁମ୍ମା ବ୍ଲକର ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଆୟୋଜିତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମେଳନୀ କାର୍ଯ୍ୟକ୍ରମରେ ମଧ୍ୟ ୱାର୍ଡ ସଭ୍ୟ ଓ ସମିତି ସଭ୍ୟମାନଙ୍କ ଉପସ୍ଥାନ ନଗଣ୍ୟ ଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ତେବେ ଯେଉଁମାନେ ପ୍ରକୃତରେ ଦେଶର ବିକାଶ ଚାହାନ୍ତି, ସେମାନେ କେବେ ମଧ୍ୟ ଏଭଳି କାର୍ଯ୍ୟକ୍ରମରୁ ନିଜକୁ ଦୁରେଇ ରଖିବା ଉଚ଼ିତ ନୁହେଁ ବୋଲି ବି.ଜେ.ପି. ନେତା ଭାସ୍କର ଭଟ୍ଟ ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ।