ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର

0
49
ଗ୍ୟାସ ସିଲିଣ୍ଡର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୧୧/୦୨) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁ ଉପରପଡ଼ାରେ ଅଦାବରିଆ ପରିବାରର ଘରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୬ ଗୁରୁତର । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି । ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି । କାହାର କେବଳ ଗୋଡ଼ ଦୁଇଟି ପୋଡ଼ିଛି ତ କାହାର ଗୋଡ଼ ପିଠି ପୋଡ଼ିଛି । ସେହିଭଳି କାହାର ହାତ ଓ ଗୋଡ଼ ପୋଡ଼ିଛି । ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ଏହି ଘଟଣା ଘଟିଥିଲା । ଘରର ୬ ଜଣ ସଦସ୍ୟ ବସି ଟିଭି ଦେଖୁଥିବା ବେଳେ ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା । ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ କେମିତି ଗ୍ୟାସ୍ ସିଲିଣ୍ଡର ଫାଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ଏହାର ପ୍ରଭାବରେ ଜଣ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି ଓ ଅନ୍ୟ କିଛି ଜିନିଷ ପୋଡ଼ି ଯାଇଛି । କଣ୍ଟାବାଞ୍ଜି ପୁଲିସ୍ ଘଟଣାର ତଦନ୍ତ କରୁଛି । ହେଲେ କେମିତି ଗ୍ୟାସ୍ ସିଲିଣ୍ଡର ଫାଟିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ଏହାର ପ୍ରଭାବରେ ୬ ଜଣ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି ଓ ଅନ୍ୟ କିଛି ଜିନିଷ ପୋଡ଼ି ଯାଇଛି । କଣ୍ଟାବାଞ୍ଜି ପୁଲିସ୍ ଘଟଣାର ତଦନ୍ତ କରୁଛି ।