୧୯ତମ ପାତାଳୀ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା

0
52
୧୯ତମ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୧/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ର ଆଜି ଦ୍ୱିତୀୟ ସନ୍ଧ୍ୟା ।

ଟ୍ରଷ୍ଟ ସମ୍ପାଦକ ଉତ୍ତର କୁମାର ପାତ୍ର ଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ତହସିଲଦାର ଦିଲ୍ଲୀପ କୁମାର ମାଝୀ ଯୋଗ ଦେଇଥିଲେ । ଦ୍ୱିତୀୟ ସନ୍ଧ୍ୟା ରେ ଆଜି ଚାରଣ କେଶବ ଚରଣ ସାହୁ ଙ୍କ ଦ୍ୱାରା ପ୍ରବଚନ ଓ ବିଦ୍ୟାଳୟ ଓ ଆଞ୍ଚଳିକ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହ ବିଷ୍ଣୁ ସହସ୍ରନାମ ହବନି ୧୦୦୦ଆହୁତି ଏଥିରେ କର୍ତ୍ତା ଭାବେ ଗଡତ୍ୟା ଚମରା ଅମାତ, ସୈରେନ୍ଦ୍ରି ଅମାତ ଓ ସହଯୋଗିତା ଭାବେ ଗୋପାଳ ପଣ୍ଡା, ସନ୍ତୋଷିନୀ ପଣ୍ଡା କାର୍ଯ୍ୟ ତୁଳାଇଥିଲେ ।

ସୋନପୁର ବ୍ଳକ ଭିନ୍ନକ୍ଷମ ପିଲାମାନଙ୍କର କ୍ଷେତ୍ର ପରିଭ୍ରମଣ ଏଥିରେ ଅତିଥି ଭାବରେ ଏଡିଇଓ ଡଃ ରାଧାକାନ୍ତ ଗଡତ୍ୟା ଯୋଗ ଦେଇଥିଲେ । ଦ୍ୱିତୀୟ ସନ୍ଧ୍ୟା ଅଧିବେଶନ ରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିବା ବେଳେ ନଳିନୀକାନ୍ତ ବାଘ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।