ପାଚିକା ସହାୟିକା ସଂଘର ବୈଠକ

0
50

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୧/୨) : ସ୍ଥାନୀୟ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଏଆଇଟିୟୁସି ସହ ବନ୍ଧିତ ନିଖିଳ ଓଡିଶା ଏମ୍‌ଡିଏମ୍ ପାଚିକା ସହାୟିକା ସଂଘର ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ସଂପାଦିକା ଭାରତୀ ଦାସ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ । ଆସନ୍ତା ଫେବୃଆରୀ ୧୬ ତାରିଖରେ ହେବାକୁ ଯାଉଥିବା ସର୍ବଭାରତୀୟ ଶ୍ରମିକ ଧର୍ମଘଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ ସଂଯୁକ୍ତ କିଷାନ୍ ମୋର୍ଚ୍ଚାକୁ ସମର୍ଥନ କରୁଛି । କେନ୍ଦ୍ର ସରକାର ପାଚିକାମାନଙ୍କର ସମସ୍ୟାକୁ ଅଣଦେଖା କରୁଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ୧୬ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ସଂଗଠିତ କରାଯିବ ବୋଲି ସ୍ଥିର କରାଗଲା।

ପାଚିକାମାନଙ୍କୁ ଶ୍ରମିକର ମାନ୍ୟତା, ସର୍ବନିମ୍ନ ମଜୁରୀ, ଅବସର ପରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପେନ୍‌ସନ୍, ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀକୁ ଦିଆଯାଉଥିବା ସୁବିଧା ପାଚିକାମାନଙ୍କୁ ଦେବା ପ୍ରଭୃତି ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ସଂଗଠିତ କରାଯିବାକୁ ନିଷ୍ପତି ନିଆଗଲା । ଉତରା ପାତ୍ର, ଶାନ୍ତିପ୍ରିୟା ସାହୁ, ମାନସୀ ସାମଲ, ସସ୍ମିତା ରାଉତ, ସୁଭାଶିନୀ ବେହେରା, ମମତା ସାହୁ, ଭାରତୀ ମହାରଣା, ବିଜୁଳି ବେହେରା, ମଞ୍ଜୁଳା ସିଂହ, ରିନୁ ଜେନା ପ୍ରମୁଖ ଉକ୍ତ ବୈଠକରେ ଯୋଗଦେଇଥିଲେ ।