ସୋନପୁର ଠାରେ ବିଶାଳ ଚାଷୀ ସମାବେଶ

0
51
ସୋନପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୦୨) : ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ତରଫରୁର ଆଜି ୧୨ ତାରିଖରେ ସୋନପୁର ରୟାଲ ପଡ଼ିଆ ଠାରେ ୨୦୦୦ ରୁ ଉର୍ଦ୍ଧ୍ବ ଚାଷୀ ଏକତ୍ରିତ ହୋଇ ଏକ ବିଶାଳ ଚାଷୀ ସମାବେଶ କରିଛନ୍ତି l

ଏହି ସଭାରେ ପଶ୍ଚିମ ଓଡ଼ିଶା କୃଶକ ସମନ୍ଵୟ ସମିତି ର ଆବାହକ ଲିଙ୍ଗରାଜ ପଧାନ, ଝାରସୁଗୁଡା, ସମ୍ବଲପୁର, ବରଗଡ, କଳାହାଣ୍ଡି, ସୋନପୁର ଆଦି ପଶ୍ଚିମ ଓଡ଼ିଶା ର ନେତ୍ରୁ ମଣ୍ଡଳୀ ଉପସ୍ଥିତ ରହି ସରକାର ଙ୍କ ଚାଷୀ ମାରଣ ନୀତି ର ଭର୍ସନl କରିଥିଲେ ଏବଂ ଚାଷୀ ଙ୍କ ନ୍ୟାର୍ୟ ଦାବୀ ପୂରଣ ନ କଲେ ଆଗମୀ ସଧାରଣ ନିର୍ବାଚନ ରେ ତାର ଉଚିତ ଜବାବ ଦିଆଯିବ ବୋଲି ବକ୍ତବ୍ୟ ରଖିଥିଲେ l ସମସ୍ତ ଚାଷୀ ରୟାଲ ପଡିଆ ଠୁ ସହର ପରିକ୍ରମା କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ପହଂଚି ଜିଲ୍ଲାପାଳ ଙ୍କ ଜରିଆରେ ମହା ମହିମ ରାଜ୍ୟପାଳ ଙ୍କୁ ୧୧ ଦଫା ଦାବୀ ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ଚାଷୀ ନେତା ପଦ୍ମ ଲୋଚନ ମିଶ୍ର, ପ୍ରଦୀପ ପୁରୋହିତ ଓ ମିତ୍ରବ୍ରତ ମିଶ୍ର, ନରେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ସଭାପତି ବୈକୁଣ୍ଠ ଶତପଥି, ପ୍ରଦ୍ୟୁମ୍ନ ପାଢ଼ୀ, ଚାଷୀ ନେତ୍ରୀ ସୋନାଲି ବିଶି, ଗୋବର୍ଦ୍ଧନ ମିଶ୍ର, ଚିତ୍ତ ରଂଜନ ଗର୍ତିଆ , ଭୋଳl ବର୍ମା, ମାଗୁଣି ସାହୁ, , ତ୍ରୀପୁରlରୀ ପଣ୍ଡା, ପ୍ରମୁଖନେତା ଆନ୍ଦୋଳନ ରେ ସାମିଲ ଥିଲେ । ଅନ୍ୟ ରାଜ୍ୟ ପରି ଚାଷୀ ଙ୍କୁ ୯୧୭ ଟଙ୍କା ବୋନସ, ଧାନ ର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୫୦୦ ଟଙ୍କା କୁ ବୃଦ୍ଧି, ଚାଷୀ ଙ୍କ ଋଣ ଓ ବିଦ୍ୟୁତ୍ ଶୁଳ୍କ ଛାଡ଼ ସହିତ ଧାନ ର ଟୋକନ ବ୍ୟବସ୍ଥା ଉଚ୍ଛେଦ, ସବୁଠି ଚାଷୀ ଙ୍କୁ ଉଚିତ୍ ସମ୍ମାନ ପ୍ରଦାନ ପ୍ରମୁଖ ୧୧ ଗୋଟି ଦାବୀ ଥିଲା l ଦିନ ୨ ଟା ରେ ଜିଲ୍ଲାପାଳ ଦାବି ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇ ବିଳମ୍ବ ହେବାରୁ ଜିଲ୍ଲା କାର୍ଯ୍ୟଳୟ ଫାଟକ ଆଗରେ ଚାଷୀ ଅସନ୍ତୋଷ ହୋଇ ନାରାବାଜି ଦେବା ସହ ମୁଖ୍ୟ ରାସ୍ତା କିଛି ସମୟ ପାଇଁ ଅବରୋଧ କରିବା ପରେ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲl l