ସଂକୁଳ ସ୍ତରୀୟ ବନ ବିହାର ଅନୁଷ୍ଠିତ

0
34
ସଂକୁଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୨/୨) : ସଂକୁଳ ସ୍ତରୀୟ ବନ ବିହାର କାର୍ଯ୍ୟକ୍ରମ ଗୁଣପୁର ନିକଟସ୍ଥ ପୁଲଗୁମୀ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 12 at 19.36.47 ସଂକୁଳ ସ୍ତରୀୟ ବନ ବିହାର ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସଂକୁଳ ପ୍ରମୁଖ ତଥା ସମାଜସେବୀ ଶ୍ରୀ ମନୋରଂଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୁଣପୁର ସଂକୁଳ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୁଣପୁର ଶିଶୁ ବିଦ୍ୟା ମନ୍ଦିରର ସଂପାଦକ ଶ୍ରୀ ସୋମନାଥ ଗୌଡ ଉପସ୍ଥିତ ରହି ଆଶୀର୍ବଚନ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ଶ୍ରୀ ବି ଗଜପତି ରାଓ କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଜିଲ୍ଲା ସହ ପ୍ରମୁଖ ଶ୍ରୀ କୃଷ୍ଣପ୍ରସାଦ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ଏବଂ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ରହି ଅଭିଭାଷଣ ପ୍ରଦାନ କରିଥିଲେ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ଶ୍ରୀ ନନ୍ଦୀକେଶ୍ୱର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଗୁଣପୁର ସଂକୁଳର ଗୁଣପୁର, ପଦ୍ମପୁର, ରାମନାଗୁଡା, ଗୁମୁଡା ଗୁଡାରୀ, ଡମ୍ଵସରା ଓ କେନ୍ଦୁଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା ସମିତି ସଦସ୍ୟ ତଥା ସଦସ୍ୟ । ବୃନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସାମୂହିକ ପରିଚୟ ସାମୁହିକ ସଂଗୀତ ପରିବେଷଣ ପରେ ବନ ଭୋଜି ସାରି ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।