ଜିଆଇଇଟି ବିଶ୍ଵବିଦ୍ୟାଳୟର ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୨.୦” ଉଦଯାପିତ

0
35
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୩/୨) : ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟରେ ଗତ ତିନିଦିନ ଧରି ଚାଲିଥିବା ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ “ସୃଜନ ୨.୦” ଉଦଯାପିତ ହୋଇଯାଇଛି ।WhatsApp Image 2024 02 13 at 18.13.07 ଜିଆଇଇଟି ବିଶ୍ଵବିଦ୍ୟାଳୟର ବାର୍ଷିକ ଟେକ୍ନୋ ସାଂସ୍କୃତିକ ଉତ୍ସବ "ସୃଜନ ୨.୦" ଉଦଯାପିତ

ଏହି ଅବସରରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ସ୍ଥିତ ଏସ କେ ଫାରମାଟିକ ସଲୁସନ୍ ର ନିର୍ଦ୍ଦେଶକ ଏସ କେ ଜଗଦିସ୍ୱର୍ ରାଓ ଯୋଗଦେଇ କେମିକାଲ ପାଠ୍ୟକ୍ରମରେ ଉଜ୍ଜଳ ଭବିଷ୍ୟତ ବିଷୟରେ କହିବା ସହ ଚଳିତ ବର୍ଷ କେମିକାଲ ବିଭାଗର ଗୋଲ୍ଡ ମେଡାଲ ହାସଲ କରିବା ବିଦ୍ୟାର୍ଥୀଙ୍କୁ ପଚାଶ ହଜାର ଟଙ୍କା ଏବଂ ବିଶ୍ଵ ବିଦ୍ୟାଳୟର ଉତ୍ତମ ଗବେଷଣା କରିଥିବା ବିଦ୍ୟାର୍ଥୀ ଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଅନ୍ୟତମ ଅତିଥି ଭାବରେ ଆନ୍ଧ୍ରର ବିଶାଖାପାଟଣା ସ୍ଥିତ ଏସ ଏନ ଏଫ ପ୍ରାଇଭେଟ୍ ଲିମିଟେଡ ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ କୁମାରସେନ ରାଜେନ୍ଦ୍ରନ ,ବିଶ୍ଵବିଦ୍ୟାଳୟର ପରୀକ୍ଷା ନିରୀକ୍ଷକ ଡ ପି. ବିଜୟ କୁମାର ପ୍ରମୁଖ ମଞ୍ଚାସିନ ଥିଲେ ।

ବାୟୋଟେକ୍ ବିଭାଗର ମୂଖ୍ୟ ଡ ମନୋଜ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଶକ୍ତି ପ୍ରସନ୍ନ ଖଡାଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱଜିତ ମହାପାତ୍ର ଙ୍କ ଦ୍ଵାରା ମଧୁର ସଙ୍ଗୀତ ପରିବେଷଣ କରାଯାଇଥିଲା । ପରିଶେଷରେ କଣ୍ଠଶିଳ୍ପୀ ମାନଙ୍କୁ ବିଶ୍ୱବିଦ୍ୟାଳୟର ସଭାପତି ଡ଼ ସତ୍ୟ ପ୍ରକାଶ ପଣ୍ଡା, ଉପସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା, ମହା ନିର୍ଦେଶକ ଡ଼ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ଼ ଏନ ଭି ଜଗନ୍ନାଧା ରାଓ, ପ୍ରମୁଖ ଉପଢୌକନ ଦେଇ ସମ୍ମାନୀତ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଡିନ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ମାନଙ୍କ ସହ ଅଞ୍ଚଳର ଲୋକମାନଙ୍କ ପ୍ରବଳ ଭିଡ ଜମିଥିଲା ।