ବ୍ୟାଡମିଣ୍ଟନ ଖେଳ ପ୍ରତି ସଚେତନତା କାର୍ଯ୍ୟକ୍ରମ

0
231
ବ୍ୟାଡମିଣ୍ଟନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୪/୦୨) : ରାୟଗଡା ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନ ପକ୍ଷରୁ ବଚପନ ସ୍କୁଲ ଠାରେ ଵ୍ୟାଡମିଣ୍ଟନ ଖେଳ ପ୍ରତି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନର ରାଜ୍ୟ ଭପସଭାତି ତଥା ଜିଲ୍ଲା ସମ୍ପାଦକ ଶ୍ରୀ ଯୁକ୍ତ ସୁରେଶ ଚନ୍ଦ୍ର (ଲୁଲୁ) ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶ୍ନତ୍ତରି ଏବଂ ଖେଳ ସମ୍ବନ୍ଧିୟ ଚିତ୍ରାଙ୍କନ ପ୍ରତିଯୋଗିତା ରଖାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ବିଦ୍ୟାଳୟର ଅନେକ ଛାତ୍ର ‌ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ସମସ୍ତ ସରକାରୀ ସ୍କୁଲ ଏବଂ କଲେଜ ଗୁଡ଼ିକରେ ଆୟୋଜନ କରାଯାୟି ବ୍ୟାଡମିଣ୍ଟନ ଭଳି ଖେଳକୁ ଉତ୍ସାହ ଏବଂ ପ୍ରତ୍ସାହନ ଦେବା ଉଦ୍ଧେଶ୍ୟରେ ରାୟଗଡ଼ା ବ୍ୟାଡମିଣ୍ଟନ ଏସୋସିଏସନର ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡା ଦୃଡକ୍ତି ପ୍ରକାଶ କରିଛନ୍ତି ।