ଅନ୍ତର୍ଜାତୀୟ ସ୍ତର ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ସ୍ବର୍ଣ୍ଣ ପଦକ ବିଜେତା ଦିବ୍ୟାଙ୍ଗ ରମେଶଙ୍କୁ ଶୁଭେଚ୍ଛା

0
160
ଅନ୍ତର୍ଜାତୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୪/୦୨) : ରାୟଗଡା ର ଏଲ ରମେଶ କୁମାର ଅନ୍ତର୍ଜାତୀୟ ସ୍ତର ମାର୍ଶଲ ଆର୍ଟ ପ୍ରତିଯୋଗୀତା ରେ ସ୍ବର୍ଣ୍ଣ ପଦକ ଆଣି ଗୌରବ ଆଣିଛନ୍ତି ରାଜ୍ୟ ତଥା ଦେଶ ପାଇଁ ।

ଗତ ୧୧ ତାରିଖରେ ହାଇଦ୍ରାବାଦ ସ୍ଥିତ ଡ୍ରାଗନ୍ ଫାଇଟର୍ସ ମାର୍ଶଲ ଆର୍ଟ ଆସୋସିଏସନ ଦ୍ୱାରା ସାର୍ଡୋନଗର, ଇନ୍ଦୋର ଷ୍ଟାଡିୟମରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଅଲ ଷ୍ଟାଇଲ୍ ମାର୍ଶଲ ଆର୍ଟ ଚାମ୍ପିଅନସିପ୍ ରେ ମୋଟ ୧୨ ଟି ଦେଶ ଅଂଶଗ୍ରହଣ କରିଥିଲେ । ଶେଷ ରାଉଣ୍ଡରେ ୪ ଟି ଦେଶ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ୪ ଟି ଦେଶ ମଧ୍ୟରେ ଏହି ସ୍ୱର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି ରାୟଗଡର ଦିବ୍ୟାଙ୍ଗ ରମେଶ । ଦିବ୍ୟଙ୍ଗ ରମେଶ ସ୍ୱର୍ଣ୍ଣ ପଦକ ପାଇବା ପରେ ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁରଙ୍କୁ ଟ୍ରେନ ଯୋଗେ ରାୟଗଡା ଫେରିବା ସୂଚନା ଦେଇଥିଲେ। କିନ୍ତୁ ଏଭଳି ଏକ ପ୍ରତିଭା ବାନଙ୍କୁ ଶୁଭେଚ୍ଛା ଜଣେଇବା ପାଇଁ ପ୍ରଶାସନ ତରଫରୁ କେହି ହେଲେ ଜଣେବି ପହଂଚିନଥିଲେ ଷ୍ଟେସନରେ ।

ବରଂ ରାୟଗଡା ରେଳ ଷ୍ଟେସନ ଠାରେ ରମେଶଙ୍କୁ ବିଭିନ୍ନ ସଂଗଠନ ତରଫରୁ ବିପୁଳ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ଜ଼ିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ଡକ୍ଟର ବାଦଲ କୁମାର ତାହା, ବରିଷ୍ଠ ସାମ୍ବାଦିକ ଅଜୟ ରଥ, ବିଦ୍ୟା ଭୂଷଣ ପଣ୍ଡା, ଏମ ବିଦ୍ୟା ସାଗର, ତିରୁମାଳା ପଟ୍ଟନାୟକ,କୈଳାସ ସ୍ୱାଇଁ, ତପନ କାର୍ଡକା, ସକ୍ଷମ ତରଫରୁ ଶ୍ୟାମ କୁମାର ଦାଶ, ରାୟଗଡା ଭିନକ୍ଷମ ମହାସଂଘ ତରଫରୁ ସଭାପତି ରାକେଶ ହିମିରିକା, ସମ୍ପାଦକ ଜଳେନ୍ଦ୍ର ବାଚେଲି, ଭାରତୀୟ ମଜଦୁର ସଂଘ ତରଫରୁ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାଶ, ଭାରତୀୟ ଜନତା ପାର୍ଟି ତରଫରୁ ବସନ୍ତ ଉଲ୍ଲକା, ମଞ୍ଜୁଳା ମିଣିଆକା, ଏ. ଵାଣିଶ୍ରୀ,ଅଜୟ ଚୂଲେଟ, ଟି ନାଗରାଜୂ, ପି କ୍ରିଷ୍ଣା, ଝରଣା ମହାନ୍ତି, ଚିଣ୍ଟୁ ଚୌଧୁରୀ ସମେତ ସମସ୍ତ ସଂଗଠନ ର ସଦସ୍ୟ ମାନେ ଉପସ୍ଥିତ ରହି ରମେଶ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

ଅନ୍ୟପକ୍ଷରେ ଜିଲ୍ଲା କୁ ଗୌରବ ଆଣିଥିବା ରମେଶଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ହେଇନଥିଲା । ପ୍ରଶାସନ ର ଦେଶ, ରାଜ୍ୟ ପ୍ରତି ସୁନାମ ଅର୍ଜନ କରିଥିବା ଦିବ୍ୟାଙ୍ଗ ରମେଶ ପ୍ରତି ଏପରି ବୈମାତୃକ ମନ ଭାବକୁ ବୁଦ୍ଧିଜୀବୀ ଏବଂ ଜନ ସାଧାରଣରେ ଘୋର ନିନ୍ଦା କରିଛନ୍ତି ।