ପୁରୁଷୋତ୍ତମପୁର ବ୍ଲକର ପ୍ରତେକ ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ ସେଣ୍ଟରରେ ସରସ୍ବତୀ ପୂଜା ଅନୁଷ୍ଠିତ

0
46
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୧୫/୦୨) : ପୁରୁଷୋତ୍ତମପୁର ବ୍ଲକର ୨୬ ଗୋଟି ପଞ୍ଚାୟତର ପ୍ରତେକ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ, ଉଚ୍ଚ ମାଧ୍ୟମିକ ଏବଂ କଲେଜର ସମସ୍ତ ଶିକ୍ଷାନୁଷ୍ଠାନ ରେ ଏବଂ କୋଚିଙ୍ଗ ସେଣ୍ଟର ଗୁଡିକ ରେ ଆଜି ବିଦ୍ୟା ପ୍ରଦାୟନୀ ମା ସରସ୍ବତୀଙ୍କ ପୂଜା ଛାତ୍ର, ଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 15 at 10.31.46 ପୁରୁଷୋତ୍ତମପୁର ବ୍ଲକର ପ୍ରତେକ ଶିକ୍ଷାନୁଷ୍ଠାନ ଓ କୋଚିଙ୍ଗ ସେଣ୍ଟରରେ ସରସ୍ବତୀ ପୂଜା ଅନୁଷ୍ଠିତ

ସେହିପରି ଏନଏସିରେ ଥିବା ସର୍ବ ପୁରାତନ ସରକାରୀ ହାଇସ୍କୁଲ ନରସିଂହ ଦାଶ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ,କୁମାରୀ ଉଚ୍ଚ ମାଧ୍ୟମିକ ସ୍କୁଲ, ବସୁ ପ୍ରହରାଜ ସଂସ୍କୃତ ହାଇସ୍କୁଲ, କନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ସାହି ସ୍କୁଲ, ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରଥ ସାହି ସ୍କୁଲ, ବସଷ୍ଟାଣ୍ଡ ଆଗ୍ରହରମ ସ୍କୁଲ, ସହିତ ତାରା ତାରିଣୀ ଉଚ୍ଚ ଶିକ୍ଷା ଓ ମହାବିଦ୍ୟାଳୟ, ସହିତ, ସହର ରେ ଥିବା ସନ ସାଇନ ଇଂରେଜି ମିଡ଼ିଏମ ସ୍କୁଲ, ଅକ୍ସଫୋର୍ଡ ଇଂରେଜି ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁ ମନ୍ଦିର, ଶାଶ୍ୱତ ବିଦ୍ୟା ମନ୍ଦିର, ଲିଟିଲ ଏଙ୍ଗଲ ସ୍କୁଲ ସହିତ ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ, ଶିବାନନ୍ଦ କୋଚିଙ୍ଗ ସେଣ୍ଟର, ପାଢ଼ୀ କୋଚିଙ୍ଗ ସେଣ୍ଟର, ସହିତ ଅନ୍ୟାନ୍ୟ କୋଚିଙ୍ଗ ସେଣ୍ଟର ଗୁଡ଼ିକରେ ମହା ଧୁମଧାମରେ ବୀଣା ପାଣୀଙ୍କ ଆଶୀର୍ବାଦ ଭିକ୍ଷା ପାଇଁ ପୁଜା, ହୋମ କରିଥିଲେ ।