ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ମହା ଆଡ଼ମ୍ବରରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ

0
136
ସ୍ଵାମୀ ବିବେକାନନ୍ଦ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୨) : ରାୟଗଡ ସଦର ମହକୁମାସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ମହା ଆଡ଼ମ୍ବରରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 15 at 11.31.00 ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ମହା ଆଡ଼ମ୍ବରରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ପୂଜା ଅନୁଷ୍ଠିତ

ଏହି ଅବସରରେ ୮୫୦ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ଯ କରଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସମ୍ପୂର୍ଣ ବିଦ୍ୟାଳୟର ପରିବେଶ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ଚୌଧୁରୀ ପରିଚାଳନା କରିଥିବା ବେଳେ ଵିଦ୍ୟା ମନ୍ଦିରର ବରିଷ୍ଠ ଗୁରୁଜୀ ଧୀରେନ୍ଦ୍ର (ଶଙ୍ଖ) ମିଶ୍ର, ଦିଲ୍ଲୀପ ପ୍ରଧାନ, ଋଷିକେଶ ପାତ୍ର, ମାନସୀ ପଡ଼ିହାରି ପ୍ରମୁଖ ସହଯୋଗ କରିଥିବା ବେଳେ, ସମସ୍ତ ଗୁରୁଜୀ ଏବଂ ଗୁରୁମା ଉପସ୍ଥିତ ରହି ଏହି ଭକ୍ତିମୟ ପରିବେଶକୁ ଛାତ୍ରଛାତ୍ରୀ ମାନଙ୍କ ସହ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ଏହି ପରିପେକ୍ଷୀରେ ସହର ର ଅନେକ ସାମ୍ବାଦିକ ବନ୍ଧୁ ମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା । ସହର ମଝିରେ ଏହିଭଳି ଏକ ମନ୍ଦିର ରୂପକ ଶିକ୍ଷାନୁଷ୍ଠାନ ଶିକ୍ଷା ଦେବା ସହ ଆମ ପରମ୍ପରା ଓ ସଂସ୍କୃତିକୁ ଛାତ୍ର ଛାତ୍ରୀ ଙ୍କ ଜୀବନରେ ଆପଣେଇବାକୁ ମଧ୍ଯ ଶିକ୍ଷା ଦେଇଥାଏ । ଏହିଭଳି ଏକ ଶିକ୍ଷାନୁଷ୍ଠାନରେ ନିଜ ପୁଅ ଝିଅଙ୍କୁ ଶିକ୍ଷା ଗ୍ରହଣ ପାଇଁ ପଠାଇଥିବା ଅଭିଭାବକ ମାନେ ଶିକ୍ଷାନୁଷ୍ଠାନର ପ୍ରଶଂସା କରିବା ସହ ଗୌରଵାନିତ ମନେ କରୁଛନ୍ତି ।