ରାସ୍ତାକଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍; ୬ ଆହତ

0
46
ରାସ୍ତାକଡ଼କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୫/୦୨) : ଛାତ୍ରଛାତ୍ରୀମାନେ ସ୍କୁଲ ଯିବାବେଳେ ରାସ୍ତାକଡ଼କୁ ଓଲଟିଲା ଭ୍ୟାନ୍ । ଦୁର୍ଘଟଣା ରେ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ।

ଢେଙ୍କାନାଳ ଜିଲ୍ଲା ପଙ୍ଗାତିରା ରାସ୍ତାର ଡିହଡୋଳ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଛାତ୍ରଛାତ୍ରୀ ମାନଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ୧୨ ଜଣ ଛାତ୍ରଛାତ୍ରୀ ଏକ ଭ୍ୟାନରେ ସ୍କୁଲ ଯାଉଥିଲେ । ଡିହଡୋଳ ଗାଁ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୬ ଜଣ ଛାତ୍ର ଆହତ ହୋଇଥିବା ବେଳେ ଅନ୍ୟମାନଙ୍କର କିଛି ହୋଇନଥିଲା ।ସମସ୍ତ ଛାତ୍ର ଛାତ୍ରୀ ବାରିହାପୁର ସ୍ଥିତ ଆଦର୍ଶ ବିଦ୍ୟାଳୟର ହୋଇଥିବା ସୂଚନା ରହିଛି । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।