ପାୟନିୟର ପବ୍ଳିକ ସ୍କୁଲ ରେ ସରସ୍ୱତୀ ପୂଜା ଉପଲକ୍ଷେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ

0
104
ପାୟନିୟର

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୬/୦୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥାନୀୟ ପାୟନିୟର ପବ୍ଲିକ ସ୍କୁଲରେ ସରସ୍ବତୀ ପୂଜା ସାଙ୍ଗକୁ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ମ୍ୟାଚର ଗୋଟିଏ ଦଳରେ ପରିଚାଳନା କମିଟିର ଉପ-ସଭାପତି ଗିରିଜା ଶଙ୍କର ପଣ୍ଡା ଓ ଅନ୍ୟ ଦଳରେ ଅଧ୍ୟକ୍ଷ ରଘୁନାଥ ରଥ ଅଧିନାୟକ ଭାବରେ ଖେଳିଥିବା ବେଳେ ଶ୍ରୀ ପଣ୍ଡା ଙ୍କ ଦଳ ବିଜେତା ହୋଇ ଛାତ୍ର ରାମେଶ୍ୱର ମିଶ୍ର ମ୍ୟାନ ଅଫ ଦି ମ୍ୟାଚ, ଶିକ୍ଷକ ଆନନ୍ଦ ପଧାନ, ବେଷ୍ଟବୋଲର,ଛାତ୍ର ଜ୍ଞାନେନ୍ଦୁ ମିଶ୍ର ବେଷ୍ଟ ଫିଲଡର ଟ୍ରଫି ହାସଲ କରିଥିଲେ । ଉକ୍ତ ମ୍ୟାଚରେ ଅତିଥି ଭାବରେ ଶିକ୍ଷକ ଶିଶୁପାଳ ପଧାନ, ଅଭିଭାବକକ ବଳରାମ ପ୍ରଧାନ, ଗୋପୀନାଥ ପଣ୍ଡା,ହିମାଂଶୁ ଶେଖର ମେହେର ଯୋଗ ଦେଇ ଥିବା ବେଳେ ଓମ୍ପିୟାର ଭାବରେ ଗୋପୀନାଥ କର୍ଣ୍ଣ, ଓ କୃତିବାସ ଶତପଥୀ ଖେଳ ପରିଚାଳନା କରିଥିଲେ ।

ଏଥିରେ ସହଯୋଗୀ ରାଜା ସୁରଥ କୁମାର ଶତପଥୀ, ଭରତ ଚନ୍ଦ୍ର ପଧାନ, ଅରମାନ ପଣ୍ଡା, ପିୟୁଷ କୁମାରଓ ଶିକ୍ଷକ ଅନ୍ତର୍ଯ୍ୟାମୀ ଗୁରୁ ପ୍ରମୁଖ ସାହାଯ୍ୟ କରିଥିଲେ । ଉକ୍ତ ମ୍ୟାଚଟି ବୀରମହରାଜପୁର ଅଞ୍ଚଳରେ ଏକ ପ୍ରଭାଶାଳୀ ମ୍ୟାଚ ହୋଇପାରିଥିଲା କାରଣ ଛାତ୍ର ଶିକ୍ଷକଙ୍କ ଭିତରେ ଭାବର ଆଦାନ ପ୍ରଦାନ ସାଙ୍ଗ କୁ ଶୃଙ୍ଖଳା, ସହଯୋଗ ଓ ଏକତା ବଳ ସମ୍ପର୍କରେ ଛାତ୍ରଛାତ୍ରୀ ମାନେ ଖେଳରୁ ଶିକ୍ଷା କରି ଲାଭ କରି ଢେର ସାରା ମଜା ଉଠେଇଥିଲେ ।