ଜୁଆ ଆଡ୍ଡା ଉପରେ ପୋଲିସ ର ଅତର୍କିତ ଚଢ଼ାଉ

0
90
ଯୁଆ ଆଡ୍ଡା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୫/୦୨) : ଟଙ୍କା କମେଇବା ନିଶା ରେ ଜୁଆ ଆଡ୍ଡା ଚାଲିଥିଲା, ପୋଲିସ କାବୁରେ ୨୫ ଗିରଫ ଅଭିଯୁକ୍ତ କୋର୍ଟ ଚାଲାଣ ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ପୋଲିସ ତରଫରୁ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବୁଧବାର ବିଳମ୍ବିତ ରାତି ରେ ଟିଟିଲାଗଡ ନିକଟସ୍ଥ କୁମୁଡ଼ା ଗ୍ରାମରେ ଚାଲିଥିବା ଏକ ବଡ ଧରଣ ର ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୨୫ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ନଅ ଗୋଟି ବାଇକ୍, ନଗଦ ଏକ ଲକ୍ଷ ୭୮ ହଜାର ୬୪୧ ଟଙ୍କା ଓ ୨୧ ଗୋଟି ମୋବାଇଲ ଫୋନ୍ ସହ ପାଞ୍ଚ ଟି ତାସ ପ୍ୟାକେଟ ଜବତ କରିବା ସହ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ଅବନୀ ସାହୁ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ଟିଟିଲାଗଡ ସହରର ବିଭିନ୍ନ ୱାର୍ଡ ନିବାସୀଙ୍କ ସହ ଆଖପାଖ ଅଞ୍ଚଳ ରୁ ତଥା ବରଗଡ଼ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ରୁ ଆସି ଏହି ଜୁଆ ଖେଳ ରେ ସାମିଲ ଥିବା ବେଳେ ଟିଟିଲାଗଡ ନିକଟସ୍ଥ କୁମୁଡ଼ା ଗ୍ରାମ ର ପ୍ରେମ ମାଝୀ ନାମକ ଜଣେ ବ୍ୟକ୍ତି ଙ୍କ ଘରେ ଏହି ଖେଳ ଚାଲୁଥିବା ଏସ ଆଇ କେକେ ଜାନୀ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଥିବା ବେଳେ ଏକ ଟିମ ଗଠନ କରି ଆରକ୍ଷୀ ଅଧିକାରୀ ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ଅବନୀ ସାହୁ,ଏସ ଆଇ କେକେ ଜାନୀ,ଏସ ଆଇ ଡି ଶତପଥୀ, ଏ ଏସ ଆଇ ଡି ମାଝୀ ତଥା ଅନ୍ୟ ପୋଲିସ କର୍ମଚାରୀ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ରେ ସଫଳ ହେବା ସୂଚନା ପ୍ରଦାନ ସହ ପୋଲିସ ଥାନା କେସ ନଂ,୭୩/୧୫-୦୨-୨୦୨୪ କ୍ରମେ ମାମଲା ରୁଜ୍ଜୁ କରାଯାଇଥିବା ସୂଚନା ଦିଆଯାଇଛି ।