ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

0
78
ଜଙ୍ଗଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୦୨) : ଅନ୍ତରାଷ୍ଟ୍ରୀୟ ସଂସ୍ଥା ବାଳରକ୍ଷା ଭାରତ ବନବିଭାଗ ମନମୁଣ୍ଡା ଓ କଣ୍ଟାମାଳ ର ମିଳିତ ସହଯୋଗରେ ଖଇରମାଲ,ବଉଳସିଂହା, ପଲସାଗୋରା ଓ କର୍ଲlକୋଠା ଗ୍ରାମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନଙ୍କୁ ନେଇ ସଚେତନତା ସଭା ସହ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 15 at 22.39.17 ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ

ଏହି କାର୍ଯ୍ୟକ୍ରମରେ ମନମୁଣ୍ଡା ରେଞ୍ଜ ବନପାଳ ପ୍ରକାଶ କୁମାର ସେଠୀ, ବନ ରକ୍ଷକ କବିତା କୁଶଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ଜଙ୍ଗଲକୁ କିପରି ନିଆଁ ଦାଉରୁ ରକ୍ଷା କରାଯାଇପାରିବ ତା ସହିତ ଛୋଟ ଗଛ ଓ ବନ୍ୟଜନ୍ତୁ କିପରି ରକ୍ଷାପାଇବେ ସେ ନେଇ ଆଲୋଚନା କରିଥିଲେ l ଜଙ୍ଗଲ ନଷ୍ଟ ଓ ଜଙ୍ଗଲ ପୋଡ଼ି ଯୋଗୁଁ ପଶୁ ପକ୍ଷୀ ମାନେ ସହର ମୁଖା ହେଉଥିବା, ତାପମାତ୍ରା ବୃଦ୍ଧି ତଥା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଭାବରେ ଆଲୋଚନା କରି ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ପରେ ୪ଗୋଟି ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ସହିତ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା l

ପିଲା ଓ ବୟସ୍କ ମାନଙ୍କୁ ଗଛ ଲଗାଇବା ସହିତ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଶପଥ ପାଠ କରିବା ସହିତ ଅନ୍ୟମାନଙ୍କୁ ଗଛ ର ଉପକାରିତା ଉପରେ ବୁଝାଇବା ପାଇଁ ଉତ୍ସାହିତ କରାଯାଇଥିଲା l କାର୍ଯ୍ୟକ୍ରମ କୁ ୩ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ମାନିନୀ ସାହୁ, ଦିଲୀପ କୁମାର ମହାନ୍ତି ,ରବିଚନ୍ଦ୍ର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ବlଳରକ୍ଷା ଭାରତର କର୍ମୀ ପୁଷ୍ପାଞ୍ଜଳି ବେହେରା ,ମେଘୁ ମେହେର,ଦୟାନିଧି ଜଗତ,ରାଜୀବ ପ୍ରଧାନ, ପ୍ରଦୀପ ନନ୍ଦ ଓ ଧବଳେଶ୍ଵର ପ୍ରମୁଖ ସହଯୋଗ କରିଥିଲେ l