ମାଁ ନାଗେଶ୍ୱରୀ ମନ୍ଦିରରେ କ୍ଷୀରି ଲାଗି ଭୋଗ

0
74
ମାଁ ନାଗେଶ୍ୱରୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୬/୨) : କୋରାପୁଟ ବ୍ଳକ୍ ଅନ୍ତର୍ଗତ ଧଉଡା ପଦର ଗ୍ରାମସ୍ଥିତ ମାଁ ନାଗେଶ୍ଵରୀ ଦେବୀ ମନ୍ଦିରରେ ବୁଧବାର କ୍ଷୀରିଲାଗି ଭୋଗ ତଥା ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଙ୍କ ଜନ୍ମତିଥି ବସନ୍ତ ପଞ୍ଚମୀରେ କ୍ଷୀରିଭୋଗ ପ୍ରସ୍ତୁତକରି ମାଁ ନାଗେଶ୍ଵରୀ ଦେବୀ ଙ୍କୁ ଅର୍ପଣ କରାଯାଇଛି । ଦୀର୍ଘ ୪୨ ବର୍ଷ ପୂର୍ବେ ଉର୍ମିଳା ନାୟକ ନାମ୍ନୀ ଜଣେ ଧର୍ମ ପ୍ରାଣା ମହିଳା ଏହି ପରମ୍ପରା ଆରମ୍ଭ କରିଥିଲେ । ତାଙ୍କ ଦେହାନ୍ତ ପରେ ଗ୍ରାମବାସୀ ତଥା ମନ୍ଦିର ପରିଚାଳନା କମିଟି ଏହି କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ସ୍ଥାନୀୟ ଅଞ୍ଜଳ ଭେଙ୍କେଟେସ୍ ଏହାକୁ ପରିଚାଳନା କରିଥିବା ଜଣା ପଡିଛି ।

ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନ୍ଦିର ପୂଜାରୀ ଲକ୍ଷ୍ମଣ ଟାକ୍ରୀ, ସହଯୋଗୀ ମଙ୍ଗଳୁ ଚରଣପଣ୍ଡା, ସ୍ଥାନୀୟ ବାସିନ୍ଦା ବର୍ଷାରାଣୀ ଦାସ, ରାଜଶ୍ରୀ ଚୌଧୁରୀ, ଗୌରୀ ମଲ୍ଲିକ, ରଶ୍ମିତା ନାୟକ, ଶିବରାମ ନାୟକ, ସତ୍ୟ ନାରାୟଣ ଦଳାଇ, ବାସନ୍ତୀ ଦଳାଇ, ତ୍ରିନାଥ ନାୟକ, ଗୋପାଳକୃଷ୍ଣ ଚୌଧୁରୀ ପ୍ରମୁଖ ସହଯୋଗ କରିଥିବା ଜଣାପଡ଼ିଛି । ସ୍ଥାନୀୟ କଲୋନୀ ବାସିନ୍ଦାଙ୍କ ସମେତ ଧଉଡାପଦର, ସଲମନଗୁଡ଼ା ତଥା ଆଖ ପାଖ ଅଞ୍ଚଳର ପ୍ରାୟ ପାଞ୍ଚ ଶହ ଲୋକ ମାଁ’ଙ୍କ ଏହି କ୍ଷୀରି ପ୍ରସାଦ ସେବନ କରିଥିବା ଜଣାପଡ଼ିଛି ।