କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶ ବ୍ୟାପୀ ହରତାଲ ଓ ଭାରତ ବନ୍ଦ

0
47
କେନ୍ଦ୍ର ସରକାର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୬/୨) : ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ମିଳିତ ଶ୍ରମିକ ସଂଗଠନ ଡାକରାରେ ଗୁଣପୁର ପାରଳାଖେମୁଣ୍ଡି ଯିବା ଛକ ଠାରେ ଆଜି ସକାଳ ୬ ଟା ସମୟରେ ଟାୟାର ଜାଳି ବନ୍ଦ ପାଳନ କରାଯାଇଛି ।WhatsApp Image 2024 02 16 at 18.18.48 1 କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶ ବ୍ୟାପୀ ହରତାଲ ଓ ଭାରତ ବନ୍ଦ

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତି ବିରୋଧରେ ଦେଶ ବ୍ୟାପୀ ହରତାଲ ଓ ଭାରତ ବନ୍ଦ । ଫଳରେ ବସ , ଟ୍ରକ୍, ଦୋକାନ, ବଜାର , ଅଟୋ, ବ୍ଯାଙ୍କ ସହ ସମସ୍ତ ଅନୁଷ୍ଠାନ ବନ୍ଦ ରହିଛି । ଜନସାଧାରଣ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ପାଚିକା ଓ ସହାୟିକା ମାନଙ୍କୁ ସ୍ଥାୟୀ ନିଯୁକ୍ତି , ଶ୍ରମିକ ମାନଙ୍କୁ ୨୬ ହଜାର ଟଙ୍କା ଭତ୍ତା, ଲକ୍ଷ୍ମୀଖେରି କୃଷକ ଗଣହତ୍ୟାକାରି ଅଜୟ ମିଶ୍ର କୁ ଗିରଫ କରିବା, ନୁତନ ଶିକ୍ଷା ନୀତି ୨୦୨୦ ରଦ୍ଦ କରିବା, MGNREGA କାମରେ ବର୍ଷ କୁ ୨୦୦ ଦିନ କାମକୁ ଦୈନିକ ୬୦୦ ଟଙ୍କା ମଜୁରୀ, କୃଷି ଋଣ ଛାଡ ।

ଭାଗଚାଷୀ ମାନଙ୍କୁ ଚାଷିର ମାନ୍ୟତା, ଚାଷି ମାନଙ୍କୁ ପେନସନ, ୪ ଶ୍ରମ ଆଇନ ବାତିଲ କରିବା, ଧାନର ସହାୟକ ମୂଲ୍ୟ ୩୦୦୦ ହଜାର ଟଙ୍କା, ବିଦ୍ୟୁତ ସଂଶୋଧନ ବିଲ୍ ୨୦୨୦ କୁ ବାତିଲ୍ କରିବା, କାମ କରିବାର ଅଧିକାର କୁ ସମ୍ବିଧାନର ମୌଳିକ ଅଧିକାର ଦେବା, ଦରବୃଦ୍ଧି କୁ ନିୟନ୍ତ୍ରଣ କରିବା, ଖାଦ୍ୟ ପଦାର୍ଥ, ଔଷଧ ଓ କୃଷି ପାଇଁ ଆବଶ୍ୟକ ଦ୍ରବ୍ଯ ଯଥା କୃଷି ଯନ୍ତ୍ରପାତି ଉପରୁ ଜିଏସ ଟି ଉଠାଇବା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାଣି ସୁନିଶ୍ଚିତ କରିବା, ୨୦୦୬ ଜଙ୍ଗଲ ଆଇନ କାର୍ଯ୍ୟକାରୀ କରିବା, ଘରୋଇକରଣ ବନ୍ଦ କରିବା, କୃଷକ ଆତ୍ମହତ୍ୟା କୁ ପ୍ରତିହତ କରିବା, କର୍ପୋରେଟ ସପକ୍ଷବାଦୀ ଫସଲ ବିମା ପ୍ରତ୍ୟାହାର କରିବା ।

କୃଷକ ଶହୀଦ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସିଂଗୁ ସିମାରେ ଏକ ସ୍ମାରକୀ ନିର୍ମାଣ କରିବା ଇତ୍ୟାଦି ବିଷୟକୁ ନେଇ ଆଜି ଦେଶ ବ୍ୟାପୀ ଧର୍ମଘଟ , ହଡତାଲ ଓ ଭାରତ ବନ୍ଦ କରାଯାଇଥିଲା । ଗୁଣପୁର ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି । ଗୁଣପୁର ଠାରେ ଏହି ଵନ୍ଦ କାର୍ଯ୍ୟକ୍ରମକୁ ସି ପି ଆଇ (ଏମ୍ ଏଲ) ଲିବରେସନର ସମ୍ପାଦକ ତ୍ରୀପତି ଗମାଙ୍ଗ ପରିଚାଳନା କରିଥିବାବେଳେ ଅନାସିମ ଶବର , ମିନ ଶବର, ଗଣେଷ ଶବର, ମୁନି ଶବର, ନିରଞ୍ଜନ ଶବର, ଅଗୟ ଶବର, ଗାଗାନା ଶବର, କାଳିଆ ଶବର ରାଜେନ୍ଦ୍ର ଶବର, ପିତର ଶବର ପ୍ରମୁଖ ସହଯୋଗ କରିଥିଲେ ।