୧୯ତମ ପାତାଳୀ ମହୋତ୍ସବ ଉଦଯାପିତ

0
65
୧୯ତମ

ରିପୋର୍ଟ : ରାଜେଶ ବାଘ // ଧୃବରାଜ ମିଶ୍ର
ଉଲୁଣ୍ଡା, (୧୭/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି ।

୧୯ତମ ପାତାଳୀ ମହୋତ୍ସବ ୯ତାରିଖରୁ ମହାସମାରୋହରେ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇଯାଇଛି । ଏହି ଅବସରରେ ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ପୂର୍ବତନ ସାଂସଦ ତଥା ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଯୋଗ ଦେଇଥିଲେ । ଆଜି ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ ସମ୍ପନ୍ନ ହେଲା ପରେ ମୁଣ୍ଡୋମ‌ହୁଳ ଓ କାଇଁଶିପାଳ ମଧ୍ୟରେ ସଂକୀର୍ତ୍ତନ ବୈଠକୀ ଅନୁଷ୍ଠିତ ହୋଇଥିଲା ।

ଏହି ମହୋତ୍ସବ ରେ କଳଶଶୋଭାଯାତ୍ରା, ୫୬ପ୍ରହରୀ ନାମଯଜ୍ଞ, ଘୃତ ଯଜ୍ଞ, ଭାଗବତ ସପ୍ତାହ ପାରାୟଣ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ, ସଭା, ଗୀତ, ନୃତ୍ୟ, ଦୁଲଦୁଲି,ଭଜନ ସମାରୋହ,ସଂକୀର୍ତ୍ତନ ବୈଠକି, ରକ୍ତଦାନ ଶିବିର, ମାଗଣା ଚକ୍ଷୁ ପରୀକ୍ଷା ଶିବିର, ମେଜିକ ସୋ ଆଦି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥିଲା।ଏହି ଅବସରରେ କୋଟସମଲାଇବାହାରିପଡା, ଗଡଭିତର, ଖୁଣ୍ଟୁଲାପାଲି, ରେଡମ୍, ଗୋଲାବନ୍ଧ, ସୁନାପାଲି, ବାଘପାଲି ସଂକୀର୍ତ୍ତନ ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଟ୍ରଷ୍ଟ ର ଉତ୍ତର କୁମାର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢୀ, ମହାଦେବ ସାହୁ, ଜାନକୀରାମ ଦେହେରୀ, ଜଗଦିଶ କର୍ଣ୍ଣ ସହଯୋଗ କରିଥିଲେ ।