ସୁଗଡବାଡି ହାଇସ୍କୁଲ୍ କୁ ଚାରୋଟି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

0
70
ସୁଗଡବାଡି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୧୯/୦୨) : କନ୍ଧମାଳ ଜିଲ୍ଲାର ଶିକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ବିଦ୍ୟାଳୟ ପରିଚାଳନା କମିଟି, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ରେ ସମ୍ମାନିତ କରାଯାଇଅଛି

ଏହି ପରିପ୍ରେକ୍ଷୀରେ ରାଇକିଆ ବ୍ଲକ୍ ସୁଗଡବାଡି ହାଇସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ, ଶ୍ରେଷ୍ଠ ପ୍ରଧାନ ଶିକ୍ଷକ, ଶ୍ରେଷ୍ଠ ବିଦ୍ୟାଳୟ ପରିଚାଳନା କମିଟି, ଶ୍ରେଷ୍ଠ ମୋ ସ୍କୁଲ ଅଭିଯାନ କମିଟି ଭାବେ ପୁରସ୍କୃତ କରାଯାଇଅଛି । ବିଦ୍ୟାଳୟ ପୁର୍ବତନ ପ୍ରଧାନ ଶିକ୍ଷକ ବିଜୟ ପ୍ରଧାନ, ପ୍ରଧାନ ଶିକ୍ଷୟିତ୍ରୀ ସୁରପ୍ରଭା ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୟ ପ୍ରଧାନ, ମୋ ସ୍କୁଲ ଅଭିଯାନ ସଭାପତି ଅଶୋକ ଦିଗାଲ ଯୋଗ ଦେଇ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।