ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବଙ୍କ ମୃତ୍ୟୁ

0
60
ମୁକୁଳା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୯/୦୨) : ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର ହୋଇଛି । ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି ।

ମୃତକ ଆନନ୍ଦପୁର ପୌରାଞ୍ଚଳ ୭ନଂ ୱାର୍ଡ଼ର ମୁର୍ତ୍ତି ରାଓ ବୋଲି ଜଣାପଡ଼ିଛି । ମୁର୍ତ୍ତି ଗତ ଶୁକ୍ରବାର ସକାଳୁ ଠାକୁର ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିଲେ । ଅନେକ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଘର ଲୋକ ବ୍ୟସ୍ତ ହୋଇ ବହୁ ଖୋଜାଖୋଜି ମଧ୍ୟ କରିଥିଲେ ହେଲା ମୁର୍ତ୍ତିଙ୍କର କୌଣସି ପତା ମିଳିନଥିଲା । ଆଜି ସକାଳୁ ଖେଳୁଥିବା କିଛି ପିଲା ମାନେ ଡ୍ରେନ୍ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ପୌର ପ୍ରସାସନକୁ ଖବର ଦେଇଥିଲେ । ଏହି ଗଭୀର ଡ୍ରେନ୍ ଦେଇ ସମଗ୍ର ଆନନ୍ଦପୁର ପାଣି ନିଷ୍କାସନ ହୋଇଥାଏ । ଡ୍ରେନ୍ ଉପରେ ଢାଙ୍କୁଣି ନଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଏ ନେଇ ଆନନ୍ଦପୁର ପୌର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି ।