ନାତି ବାଇକରୁ ଖସି ପଡ଼ିଲେ ଜେଜେ; ଚାଲିଗଲା ଜୀବନ

0
65
ନାତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୧/୦୨) : ନାତି ସହ ଯିବା ବେଳେ ବାଇକରୁ ଖସିପଡ଼ି ଚାଲିଗଲା ବୃଦ୍ଧଙ୍କ ଜୀବନ । ଦୁର୍ଘଟଣା ରେ ନାତି ମଧ୍ୟ ଆହତ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ପାଣ୍ଡରାସିଂଗା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ସୁଦର୍ଶନ ବରାଳ । ନାତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ସୁଦର୍ଶନ ନାତି ସହ ବାଇକରେ ଗଣିଆ ଯାଉଥିଲେ । ବାଟରେ ହମ୍ପସରେ ଭାରସାମ୍ୟ ହରାଇ ବାଇକରୁ ଖସି ପଡ଼ିଥିଲେ ସୁଦର୍ଶନ । ପରେ ନାତି ମଧ୍ୟ ବାଇକରୁ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । ଘଟଣାସ୍ଥଳରେ ସୁଦର୍ଶନଙ୍କର ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ନାତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପୁଲିସ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।