ମିଞ୍ଜିରୀ ଗ୍ରାମ କୁ ଯାତାୟାତ ସୁବିଧା ନାହିଁ : ଏବେବି ଅବହେଳିତ !

0
166
ମିଞ୍ଜିରୀ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୨୨/୦୨) : ଗଜପତି ଜିଲ୍ଲା, ଗୁମ୍ମା ବ୍ଲକ୍ ଅନ୍ତର୍ଗତ ଉଖୁରା ପଞ୍ଚାୟତ, ଉପର ମିଞ୍ଜିରି ଗ୍ରାମ ଏକ ଅନୁନ୍ନତ ଗ୍ରାମ ଅଟେ, ଏହି ଗ୍ରାମ କୁ ଯାତାୟାତ ପାଇଁ କୌଣସି ସୁବିଧା ନାହିଁ, କଚାମାଟି ରାସ୍ତା, ସରକାରୀ ସୁବିଧା କିମ୍ବା ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇବା କଷ୍ଟସାଧ୍ୟ ଅଟେ ।

ମିଞ୍ଜିରୀ ଗ୍ରାମ କୁ ଯାତାୟାତ ସୁବିଧା ନାହିଁ । ଏହିପରି ଦୁର୍ଗମ ସ୍ଥାନ ଉପରେ ଆଜି ପର୍ଯ୍ୟନ୍ତ କୌଣସି ରାଜନେତାଙ୍କ ଦୃଷ୍ଠିପଡ଼ିନି, କି ସେମାନଙ୍କ ସୁଖ ସୁବିଧା ଆଜି ପର୍ଯ୍ୟନ୍ତ କେହି ବୁଝିନାହାନ୍ତି, କିନ୍ତୁ ଆମ ପ୍ରିୟନେତା ଓଡ଼ିଶା ରାଜ୍ୟ ଯୁବ ବିଜେଡି ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ ସେଠାକାର ଲୋକ ମାନଙ୍କୁ ମିଶିବା ସହ ସେମାନଙ୍କ ଭଲମନ୍ଦ ବୁଝି ପକ୍କା ରାସ୍ତା, ପିଇବା ପାଣି ଓ ସରକାରୀ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଏହି ପରି ପ୍ରତିଶ୍ରୁତି ଶୁଣି ସେହି ଅଞ୍ଚଳ ର ନିରୀହ ଲୋକଙ୍କ ମୁଖରେ ହସ ଫୁଟେଇଥିଲେ ଯୁବନେତା ଇଂ. ରୁପେଶ ପାଣିଗ୍ରାହୀ । ଉକ୍ତ ଅଞ୍ଚଳର ଜନସାଧରଣ ଖୁସିରେ ଶ୍ରୀ ପାଣିଗ୍ରାହୀଙ୍କୁ ଗ୍ରହଣ କରିବା ଦେଖିବାକୁ ମିଳିଛି। ଶ୍ରୀ ପାଣିଗ୍ରାହୀ ଉକ୍ତ ଅଞ୍ଚଳ ର ଜନସାଧାରଣ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଭିନ୍ନ ସରକାରୀ ଯୋଜନା ସମ୍ଭନ୍ଧରେ ଜଣାଇଥିଲେ ।