ହନୁମାନ ମନ୍ଦିରରୁ ଚୋରି; ନେଇଗଲେ ଠାକୁରଙ୍କ ସୁନା ଓ ରୁପାର ମୁକୁଟ

0
49
ହନୁମାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୨୨/୦୨) : ମନ୍ଦିରରେ କଳକନା ବୁଲାଇ ଦେଲେ ଚୋର । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ହନୁମାନ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ମନ୍ଦିରର ତାଲା ଭାଙ୍ଗି ମନ୍ଦିରରୁ ସୁନାର ମୁକୁଟ, ରୁପାର ମୁକୁଟ, ଦାନ ଜିନିଷ ଓ ୪ଟି ଛତର ଚୋରି କରି ନେଇଥିଲେ । ଆଜି ସକାଳେ ପୂଜକ ପ୍ରସନ୍ନ ତ୍ରିପାଠୀ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ । ଏହାସହ ମନ୍ଦିରର ଜିନିଷପତ୍ର ଏଣେତେଣେ ପଡ଼ିଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ । ପରେ ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣା ତଦନ୍ତ କରୁଛି । ଅନ୍ୟପକ୍ଷରେ ଚୋରକୁ ଧରି ତାକୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।