ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ

0
210
ରାଜ୍ୟ ଅଣଗେଜେଟେଡ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୬/୨) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ହିଲ୍ ପାଟନା ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2024 02 26 at 09.21.18 ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ବୟ ସମିତିର ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ସମ୍ମିଳନୀ

ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଆବାହକ, ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି, ଓଡିଶାଙ୍କ ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବିଭିନ୍ନ ବିଭାଗରେ କାର୍ଯ୍ୟ ରତ କର୍ମଚାରୀ ଓ କର୍ମକର୍ତ୍ତା ଯୋଗଦାନ କରିଥିଲେ, ଶ୍ରୀ ଲକ୍ଷ୍ମୀ ନାରାୟଣ ସେଠୀ, ରାଜ୍ୟ ଉପ ସଭାପତି ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସଭାପତିତ୍ବ କରିଥିଲାବେଳେ, ଶ୍ରୀ ପ୍ରସନ୍ନ କୁମାର ତ୍ରିପାଠୀ, ପୁର୍ବତନ କାର୍ଯ୍ୟକାରୀ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ସ୍ବାଗତ ଭାଷଣ ଦେଇଥିଲେ ।

ମୁଖ୍ୟ ଅତିଥି ଶ୍ରୀମତୀ ପ୍ରମିଳା ବିଷୋୟୀ, ସାଂସଦ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ, ଶ୍ରୀ ବିକ୍ରମ କୁମାର ପଣ୍ଡା ବିଧାୟକ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ,ସମ୍ମାନିତ ଅତିଥି ଭାବେ, ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୋଜନା ବୋର୍ଡ ସଦସ୍ୟ ,ବ୍ରହ୍ମପୁର, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ମହାରଣା, ଶ୍ରୀ ନୀଳମଣି ପଟ୍ଟନାୟକ, ସମାଜ ସେବି , ଶ୍ରୀ ଜଗ ମୋହନ ପାତ୍ର, ଉପସଭାପତି ,ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତିଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ମଞ୍ଚାସୀନ ହୋଇଥିବା ବେଳେ ଶ୍ରୀ ବ୍ରଜ କିଶୋର ନନ୍ଦ, ପୁର୍ବତନ ସାଧାରଣ ସମ୍ପାଦକ, ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ,ମୁଖ୍ୟ ବକ୍ତା ଭାବେ ମଞ୍ଚାସୀନ ହୋଇଥିଲେ ।

ମୁଖ୍ୟତଃ କର୍ମଚାରୀ ମାନଙ୍କର ସମୂହ ୧୬ ଦଫା ନ୍ୟାର୍ଯ୍ୟ ଦାବି ବିଧାୟକ, ସାଂସଦ, ଅନ୍ୟ କର୍ମଚାରୀ ନେତା ଓ ମିଡ଼ିଆ ବନ୍ଧୁ ମାନଙ୍କ ଜରିଆରେ ସରକାର ଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା, ମୁଖ୍ୟତଃ ପୁ୍ରୁଣା ପେନସନ୍ ଲାଗୁ କରିବା, ପୁରୁଣା ନିୟମ ଅନୁଯାୟୀ ନିଯୁକ୍ତି, ଦରମାର ଅସଙ୍ଗତି ଦୁର କରି ଯୋଗ୍ୟତା ଭିତ୍ତିରେ ଦରମା ପ୍ରଦାନ ଓ ସରକାର ଙ୍କ ନିକଟରେ ବକେୟା ପଡିଥିବା ଅତିଶୀଘ୍ର ପ୍ରଦାନ କରିବା ନିମନ୍ତେ ସମସ୍ତ ଉପସ୍ଥିତ କର୍ମଚାରୀ ଦାବି କରିଥିବା ଜଣା ପଡିଛି ।

କୋରାପୁଟ ଜିଲ୍ଲା ପକ୍ଷରୁ ଓଡ଼ିଶା ଅମଲା ସଂଘ ସଭାପତି, କୋରାପୁଟ ଜିଲ୍ଲା ଶାଖା ଶ୍ରୀ ଶଶୀଭୂଷଣ ଦାଶ, ଶ୍ରୀ ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, କେ ସୁବାସ ଚନ୍ଦ୍ର ଆଚାରି, ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସତ୍ୟ ରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ଓଡ଼ିଶା ଅମଲା ସଂଘ ଜୟପୁର ଉପଖଣ୍ଡ, ଓ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଶ୍ରୀ କୈଳାସ ସାମନ୍ତରାୟ ଉକ୍ତ ସମ୍ମିଳନୀରେ ଯୋଗଦାନ କରିଥିବା ସୁଚନା ମିଳିଛି, କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଶ୍ରୀ ଶଶୀଭୂଷଣ ଦାଶ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ର କର୍ମଚାରୀ ମାନଙ୍କ ସମସ୍ୟା ବିଷୟରେ ମତାମତ ଦେବା ସହିତ ଦାବି ଉପସ୍ଥାପନ କରିଥିଲେ ।

ଶେଷରେ ନାରାୟଣ ଦାଶଙ୍କୁ ରାଜ୍ୟ ସଭାପତି,ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ, କୋରାପୁଟ ଜିଲ୍ଲାରୁ ଶଶିଭୂଷଣ ଦାଶଙ୍କୁ ରାଜ୍ୟ ଉପ ସଭାପତି, ସଞ୍ଜୟ କୁମାର ପଣ୍ଡାଙ୍କୁ ରାଜ୍ୟ ସହକାରୀ ସମ୍ପାଦକ, ରଶ୍ମିତା ରାଉଳ ଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା ।