କଂଗ୍ରେସ ଓ ବିଜେପି ଛାଡି ୫୦୦ ରୁ ଉର୍ଧ୍ଵ କର୍ମୀ ବିଜେଡିରେ ସାମିଲ

0
52
କଂଗ୍ରେସ

ରିପୋର୍ଟ : ବିଭୂତିଲହରିଆ
ବାଲିଗୁଡା, (୨୫/୨) : ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ସାଧାରଣ ନିର୍ବାଚନ ପୂର୍ବରୁ ସରଗରମ ହେଉଛି ରାଜନୀତି l

ସାଧାରଣ ନିର୍ବାଚନ ପୂର୍ବ ରୁ ତୁମୁଡିବନ୍ଧ ବିଜେଡ଼ି ରେ ସାମିଲ ହେଉଛନ୍ତି ବିଜେପି ଓ କଂଗ୍ରେସ କର୍ମୀ l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ତୁମୁଡିବନ୍ଧ ଠାରେ ପୁଣି ୫୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ନିଜ ଦଳ ଛାଡି ଶଙ୍ଖ ଫୁଙ୍କିଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ତୁମୁଡିବନ୍ଧ ଠାରେ ତୁମୁଡିବନ୍ଧ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ବିଜେଡ଼ି ର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଅଛି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଅଜୟ ମହାରଣା, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ଉପସ୍ଥିତ ରେ ୫୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି କର୍ମୀ ଆଜି ବିଜେଡ଼ି ରେ ଯୋଗ ଦେଇଛନ୍ତି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଓ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଈ ବିଜେପି ଓ କଂଗ୍ରେସ ଛାଡି ତୁମୁଡିବନ୍ଧ ବ୍ଲକ ବିଜେଡ଼ି ସଭାପତି ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ଆଜି ବିଧିବଦ୍ଧ ଭାବେ ବିଜେଡ଼ି ରେ ସାମିଲ ହୋଇଛନ୍ତି l ବିଜେଡ଼ି ର ଏହି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ରେ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ରାଜୀବ ପାତ୍ର, କୋଟଗଡ଼ବ୍ଲକ ସାଂସଦ ପ୍ରତିନିଧି ମନୋଜ ସାବତ,ବାଲିଗୁଡା ବିଜେଡ଼ି ନଗର ସଭାପତି ଅବନୀକାନ୍ତ ନାୟକ,ତୁମୁଡିବନ୍ଧ ବ୍ଲକ ଅଧକ୍ଷା ବାସନ୍ତୀ ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ନବୀନ ପାତ୍ର, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସମେତ ବହୁ ବିଜେଡ଼ି କର୍ମୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ l