ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

0
78
ଭଲିବଲ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୨) : ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଗ୍ରାମରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି ।

ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଗୋଟି ଟିମ ଖେଳିଥିଲେ ସେଥି ମଧ୍ୟରୁ ଉଖୁରା ଦଳ ବିଜୟ ହୋଇଥିବାବେଳ ଆନୁକୁମ୍ବା ଦଳ ରନର୍ସ ଭାବେ ବିବେଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ବିଜେଡି ଯୁବ ଉପସଭାପତି ଇଂ. ରୁପେଶ ପାଣିଗ୍ରାହୀ ଯୋଗ ଦେଇ ବିଜେତା ଓ ରନର୍ସ କୁ ଟ୍ରୋଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ, ଉପ ସଭାପତି ଲକ୍ଷ୍ମୀ ପରିଚ୍ଛା, ଏସ.ଡି.ସି ସଦସ୍ୟ ମସୁଲାନ ରଇତ ପ୍ରମୁଖ ଉପସ୍ଥିତ ଥିଲେ ।