ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

0
46
ମିଶନ ଶକ୍ତି

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୮/୦୨) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ୍ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମ ଅବସରରେ ରାଜ୍ୟର ପ୍ରତ୍ୟେକ ସଂୟସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ।WhatsApp Image 2024 02 28 at 11.51.23 ମିଶନ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ସଂୟସହାୟକ ଗୋଷ୍ଠୀ ମାନଙ୍କୁ ୟୁନିଫର୍ମ ଶାଢ଼ୀ ଏବଂ ବ୍ଲେଜୋର ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ରାଇକିଆ ବ୍ଲକ ପରିସରରେ ମଧ୍ୟ ମିଶନ ଶକ୍ତି SHG ର ମହିଳା ମାନଙ୍କ ଗହଣରେ ଉକ୍ତ କାର୍ଯ୍ୟକ୍ରମକୁ ଆଭାସି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଏବଂ ପ୍ରତିରୂପ ଭାବେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରୀତମ ଚନ୍ଦ୍ର ପ୍ରଧାନ, ରାଇକିଆ ବିଡିଓ ଶ୍ରୀ ସୀମାଞ୍ଚଳ ମଣ୍ଡଳ ,SHG ମହିଳା ମାନଙ୍କୁ ଯୋଜନା ବିଷୟରେ ବୁଝାଇଥିଲେ । ଏବଂ ବ୍ଲକ କର୍ମଚାରୀମାନେ, ବ୍ୟାଙ୍କ କର୍ମଚାରୀ, ସିଡିପିଓ, ପୁଣି ସିଆରପି,ଏମ୍ବିକେମାନେ ଯୋଗ ଦେଇଥିଲେ ।