ମୀନା ବଜାର ପୂଜା କମିଟିର ଉପାଧ୍ଯକ୍ଷ ପଦନ ଦେବତାଙ୍କ ପରଲୋକ

0
43
ମୀନା ବଜାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୯/୨) : ଢେଙ୍କାନାଳ ସ‌ହର ମୀନା ବଜାର ପୂଜା କମିଟିର ଉପାଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ପ୍ରଦ୍ୟୁମ୍ନ କୁମାର ଦେବତା (ପଦନ ଦେବତା) ଙ୍କର ୬୬ ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।

ସେ ଢେଙ୍କାନାଳର ବିଶିଷ୍ଟ ବ୍ୟବସାୟୀ ତଥା ପୂର୍ବତନ ନଗରପାଳ ଭି. ନଟବର ଦେବତାଙ୍କ ମଧ୍ୟମ ପୁତ୍ର ଥିଲେ । ସେ ଦୀର୍ଘଦିନ ଧରି ବାଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର କାର୍ତୀକ ଦେବତା ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବଜାର ଅଧ୍ଯକ୍ଷ, ଉପାଧ୍ଯକ୍ଷ ଓ ଟ୍ରଷ୍ଟୀ ଏବଂ ପୂଜା କମିଟିର ସଭାପତି, ସମ୍ପାଦକ ଓ ସହରର ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।