ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ବାପା ମୃତ

0
44
ଦୁଇ ବାଇକ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର, (୦୨/୦୩) : ବଲାଙ୍ଗୀର ଲର୍କିପାଲି ଆଇଟିଆଇ ସାମ୍ନାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି ।

ପରିବାର ଲୋକେ ଖୁସିରେ ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା ଏମିତି ରାସ୍ତାରେ ଜଗି ବସିଥିବ କାଳ । ଆଉ ସ୍ତ୍ରୀ ଝିଅ ସାମ୍ନାରେ ଏମିତି ଚାଲିଯିବ ଜୀବନ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅ ଏବଂ ମା’ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଘର ବିରିକେଲ ବୋଲି ଜଣାପଡ଼ିଛି ।