ଏନ୍ଏସି ର ମାନ୍ୟତା ଦାବି , ୧୨ ଘଣ୍ଟିଆ କୁଜଙ୍ଗ ବନ୍ଦ

0
57
ଏନ୍ଏସି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୦୨/୦୩) : କୁଜଙ୍ଗକୁ ଏନ୍ଏସି ର ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ କୁଜଙ୍ଗ ବନ୍ଦ

ରାଜ୍ୟ ସରକାର ୩୪ ଟି ଅଞ୍ଚଳକୁ ଏନ୍‌ଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ପରି ଐତିହ୍ୟ ସମ୍ପନ୍ନ ତଥା ଗ୍ରାମୀଣ ସହର ଅହମ୍ମଦାବାଦହରକୁ ବାଦ୍ ଦେବା ଘଟଣା କୁଜଙ୍ଗବାସୀଙ୍କ ମନରେ ବେଶ୍ ପ୍ରତିକ୍ରିୟା ସୃଷ୍ଟି କରିଛି । କୁଜଙ୍ଗରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ସହ ଏକାଧିକ ସରକାରୀ କାର୍ଯ୍ୟାଳୟ ରହିଛି । ଶହେ ବର୍ଷର ଐତିହ୍ୟ ସମ୍ପନ୍ନ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ, ଚିକିତ୍ସା କେନ୍ଦ୍ର,ବଡ଼ବଜାର ପୁରୁଣା ହାଟ ବହୁ ସାଂସ୍କୃତିକ ଓ ଐତିହାସିକ ଘଟଣାବଳୀର ମୂକସାକ୍ଷୀ କୁଜଙ୍ଗକୁ ଉପେକ୍ଷା କରାଯିବା ନେଇ ଦଳମତରୁ ଉର୍ଦ୍ଧ୍ବରେ ରହି କୁଜଙ୍ଗର ସାଧାରଣ ଜନତା ଏହି ପ୍ରତିବାଦରେ ସାମିଲି ହୋଇଛନ୍ତି । ପୂର୍ବରୁ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି ।