ଢ଼େଙ୍କାନାଳ ରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

0
80
ଢ଼େଙ୍କାନାଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୨/୦୩) : ଢ଼େଙ୍କାନାଳରେ ଚାଞ୍ଚଲ୍ୟ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ପଥରରେ ଅତି ନିର୍ମମ ଭାବେ ଛେଚି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ଢ଼େଙ୍କାନାଳ ସଦର ଥାନା ମଙ୍ଗଳପୁରରେ ଏହି ଅଭାବନୀୟ ଘଟଣା ଘଟିଛି । ମଙ୍ଗଳପୁର ଗ୍ରାମର ଷୋହଳ ବର୍ଷୀୟ କଲେଜ ପଢୁଆ ନାବାଳିକା ଝିଅ ଗତକାଲି ଟିୟୁସନ୍ ଯାଇ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ଲୋକେ ଟାଉନ ଥାନାରେ ରିପୋର୍ଟ କରିଥିଲେ । ଆଜି ନାବାଳିକାଙ୍କ ମୃତଦେହ ମଙ୍ଗଳପୁର ନିକଟ ରାସ୍ତାକଡରୁ ପୋଲିସ ଉଦ୍ଧାର କରିଛି । ଶବ ନିକଟରୁ ମଦ ବୋତଲ ମିଳିବା ସନ୍ଦେହକୁ ଆହୁରି ବଢ଼ାଇଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ଝିଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି ।