ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଙ୍କ ଅଧ୍ୟକ୍ଷତାରେ ବି.ଜେ.ଡି.ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
197

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ,ତା.(୧୯/୯) : ଆଜି ମଧ୍ୟାହ୍ନରେ ବୋରିଗୁମ୍ମା ବ୍ଲକ ଚମ୍ପିଆ ଗ୍ରାମ ଠାରେ ଓଡିଶାର ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୋରିଗୁମ୍ମା ଜୋନ୍ ୨ ର ୧୨ ଗୋଟି ପଞ୍ଚାୟତର ବି.ଜେ.ଡି. କର୍ମୀ ମାନଙ୍କୁ ନେଇ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2021 09 20 at 9.14.59 AM ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଙ୍କ ଅଧ୍ୟକ୍ଷତାରେ ବି.ଜେ.ଡି.ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ମାନ୍ୟବର ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଆନ ଅଧ୍ୟକ୍ଷତା କରିଥିବା ବେଳେ କୋରାପୁଟ ଜିଲ୍ଲା ବି.ଜେ.ଡି.ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତି ଲତା ରାୟ ସଭାପତିତ୍ବ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ମାଳତି ମାଝି,ସାଂସଦ ପ୍ରତିନିଧି ଶ୍ରୀ କେଶବ ପଣ୍ଡା,ପ୍ରସାଦ ବିଡିକା,ମନ୍ତ୍ରୀ ପ୍ରତିନିଧି ନରେନ୍ଦ୍ର ବିଷୋୟୀ,ରମେଶ ବିଷୋୟୀ,ଶ୍ରୀମତି ଲାଲୁମଣି ସିଂ ପ୍ରମୁଖ ଏହି ବୈଠକରେ ଯୋଗଦାନ କରିଥିଲେ । ଏହି ଅବସରରେ ମାସ୍କ୍ ବଣ୍ଟନ ସହ ମହିଳାମାନଙ୍କୁ ଶାଢୀ ମଧ୍ୟ ବଣ୍ଟନ କରାଯାଇଥିଲା । ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକୁ ଲୋକାଭିମୁଖୀ କରିବା ସଂପର୍କରେ ଆଲୋଚନା କରାଯାଇଥିଲା ।