ରାସ୍ତାକଡ଼କୁ ଓଲଟିଲା ଅଟୋ; ୫ ଆହତ

0
70
ରାସ୍ତାକଡ଼କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୨/୦୩) : ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଗୋପିନାଥପୁର-ଦାଉଣୀ ରାସ୍ତାରେ ଆଜି ସକାଳେ ଦୁର୍ଘଟଣା ଘଟିଛି ।

ଏକ ଅଟୋ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ସମେତ ୫ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଗୌଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଅଟୋଟି ୪ ଜଣ ଯାତ୍ରୀଙ୍କୁ ନେଇ ଗୋପୀନାଥପୁରରୁ ଆସୁଥିଲା । ଗୋପିନାଥପୁର-ଦାଉଣୀ ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଡ୍ରାଇଭର ସମେତ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି । ଅଟୋଟି ଦ୍ରୁତ ଗତିରେ ଆସୁଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।