ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

0
48
ମାଟି ତଳୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୦୨/୦୩) : ମାଟି ତଳୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ତାଳକୁଣ୍ଡି ପଞ୍ଚାୟତର ମଧ୍ୟପୁର ଗ୍ରାମରେ । ମୃତ ମହିଳାଙ୍କ ପରିଚୟ ମିଳିନାହିଁ ।

ଆଜି ସକାଳେ ସ୍ଥାନୀୟ ଲୋକ ଛେଳି ଚରାଇବାକୁ ମଧ୍ୟପୁର ଗ୍ରାମ ନିକଟରେ ଥିବା ପଡ଼ିଆକୁ ଯାଇଥିଲେ । ଏହି ସମୟରେ କୁକୁର ମାଟି ତାଡ଼ୁଥିବା ଦେଖିଥିଲେ । ସ୍ଥାନୀୟ ଲୋକ ପାଖକୁ ଯାଇ ଶବ ପଡ଼ିଥିବା ଦେଖିଥିଲେ । ଏନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲେ । କିଛି ଦିନରେ ଆଖପାଖ ଅଞ୍ଚଳରେ କାହାର ମୃତ୍ୟୁ ଘଟିନଥିବା ପୁଲିସ ଜାଣିବାକୁ ପାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି । ମହିଳାଙ୍କ ମୃତଦେହ ନିକଟରେ ଭଙ୍ଗା ଚୁଡି ଏବଂ ଶାଢ଼ି ପଡିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି ।