ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖା ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
71
ଓଡିଶା ସାମ୍ବାଦିକ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର , (୦୩/୦୩) : ସୁବର୍ଣ୍ଣପୁର ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଓଡିଶା ସାମ୍ବାଦିକ ସଂଘ ( ଓ ଜେ ୟୁ ) ର କାର୍ଯ୍ୟକାରିଣୀ ବୈଠକ ଓ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ “ତିନୋଟି ପର୍ଯ୍ୟାୟ ରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି lWhatsApp Image 2024 03 04 at 10.44.07 ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖା ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖା ର ବାର୍ଷିକ ଉତ୍ସବ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ୟଶପ୍ରତାପ ଶ୍ରୀମଲ ଯୋଗ ଦେଇଏକ ଗଠନମୂଳକ ଲେଖା ହିଁ ସମାଜର ବହୁବିଧ ଉନ୍ନତି କରିବାରେ ସହାୟ‌ ହୋଇଥାଏ ବୋଲିକହିଥିବା ବେଳେ ମୁଖ୍ୟ ବକ୍ତାଭାବରେ ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ପ୍ରାଧ୍ୟାପକ ମଦନ ସୁନ୍ଦର କ୍ଷେତି ଯୋଗଦେଇ ବହୁ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ରେ‌ ଓଜେୟୁ ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସୁବର୍ଣ୍ଣପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ଏଡିଏମ୍ ଅଞ୍ଜଲିନା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିବଦତ୍ତ ଚାନ୍ଦ ,ବନାଞ୍ଚଳ ଅଧିକାରୀ ସଞ୍ଜୀବ ରାଉତ, ପ୍ରମୋଦ କୁମାର ସାହୁ, ଦୁର୍ଯୋଧନ ରାଉତ,ଆଶିଷ ବାବୁ, ପ୍ରଶାନ୍ତ କୁମାର ବାବୁ, ସନ୍ତୋଷ କୁମାର ମିଶ୍ର, ଶଙ୍କର ଦାଶ, ପିନାକୀ ପଣ୍ଡା, ଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଉପଢ଼ୌକନ ଓ ମୋମେଣ୍ଟୋ ପ୍ରଦାନ କରାଯାଇ ସଂବର୍ଦ୍ଧିତ ଥିଲା । ଅତିଥି ଙ୍କ ଦ୍ଵାରା ସାମ୍ବାଦିକ ଙ୍କ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବିଷୟ ରେ ଆଲୋକପାତ କରିବା ସହ ଏ ଅବସରରେ ଏକ ସୁସ୍ଥ ଗଠନ ରେ ଆଦର୍ଶ ସାମ୍ବାଦିକତା ” ଶୀର୍ଷକ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା l

ଉକ୍ତ ସଭାକୁ ସାମ୍ବାଦିକ ଦିଲିପ ପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ ସଭାରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ସଂପାଦକ ମହାଦେବ ମଲ୍ଲିକ ସଂଘ ର ବାର୍ଷିକ ବିବରଣୀ ପଠନ କରିଥିବାବେଳେ ରାଜ୍ୟ ସଂପାଦକ ରାଜକିଶୋର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ସଭାରେ‌ ବିଜୁପଟ୍ଟନାୟକ ମହିଳା କଲେଜ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ଓ ଯଶୋଦା ଦେବୀ ନର୍ସିଂ କଲେଜ ଛାତ୍ରୀ ମାନେ ସମସ୍ତ ଞ୍ଜିକରଣ ଆମରେ ସହାୟତା କରିଥିଲେ । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦୁର୍ଯୋଧନ ମହାରଣା,ଦୀପକ କୁମାର ନାୟକ,ଡ. ରମଣିରଞ୍ଜନ ଦାସ, ସରୋଜ ସାହୁ, ସୁଶାନ୍ତ ମହାପାତ୍ର ତଥା ରାଜ୍ୟର ସମସ୍ତ ଓଜେୟୁ କର୍ମକର୍ତ୍ତା ଯୋଗଦେଇ ସଂଗଠନର ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ ।